୪୩ ଶିଶୁଙ୍କ ଜୀବନ ନେଲାଣି ସେନା

ନାପିତାଉ,୩ା୪: ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କ କ୍ଷମତା ଅପହରଣ କରି ନୋବେଲ ବିଜୟିନୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କୁ ଜେଲ୍‌ରେ ପୂରାଇବାର ୨ ମାସ ମଧ୍ୟରେ ୫୩୬ ଜଣଙ୍କ ଜୀବନ ନେଲାଣି ମ୍ୟାନ୍‌ମାର ସେନା। ମୃତକଙ୍କ ମଧ୍ୟରେ ଅନୂ୍ୟନ ୪୩ ଶିଶୁ ରହିଛନ୍ତି। ସର୍ବକନିଷ୍ଠ ମୃତକଙ୍କ ବୟସ ୬ ବର୍ଷ ବୋଲି ‘ସେଭ୍‌ ଦି ଚିଲ୍‌ଡ୍ରେନ୍‌’ ପକ୍ଷରୁ କୁହାଯାଇଛି। ଉକ୍ତ ଶିଶୁ ଅଧିକାର ସଙ୍ଗଠନ ମତରେ ଦକ୍ଷିଣ ଏସିଆର ଏହି ରାଷ୍ଟ୍ର ବର୍ତ୍ତମାନ ଭୟାବହ ସ୍ଥିତି ଦେଇ ଗତି କରୁଛି।
ଦୁଇମାସ ତଳେ ସ୍ୟୁ ଚୀଙ୍କ ଦଳ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି (ଏନ୍‌ଏଲ୍‌ଡି)କୁ ନିର୍ବାଚନରେ ବିପୁଳ ସଫଳତା ମିଳିଥିଲା। ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା କମାଣ୍ଡର-ଇନ୍‌-ଚିଫ୍‌ ମିନ୍‌ ଅଙ୍ଗ୍‌ ହାଇଙ୍ଗ୍‌ ସ୍ୟୁ ଚୀଙ୍କୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେଇଥିଲେ। ମ୍ୟାନ୍‌ମାରକୁ ପୁଣିଥରେ ସାମରିକ ଶାସନ ଫେରିଥିଲା। ଏହାର ପ୍ରତିବାଦରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ସେନା ଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ପ୍ରଥମେ ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ସୈନ୍ୟମାନେ ଓ୍ବାଟର କ୍ୟାନନରୁ ପାଣିବର୍ଷା ସହ ଲୁହବୁହା ବାଷ୍ପ ପ୍ରୟୋଗ କରୁଥିଲେ। ସପ୍ତାହେ ପରେ ରବର ବୁଲେଟ ଓ ଗୁଳିଗୋଳା ଚଳାଇ ଲୋକଙ୍କ ଜୀବନ ନେବାରେ ଲାଗିଲେ। ସେନାର ସବୁଠୁ ଘାତକ ଆକ୍ରମଣ ଦେଖିବାକୁ ମିଳିଥିଲା ଶନିବାର। ଗୁଳି ବର୍ଷରେ ନିହତ ହୋଇଥିଲେ ଶତାଧିକ ବିକ୍ଷୋଭକାରୀ।
ଇତିମଧ୍ୟରେ କ୍ଷମତାଚ୍ୟୁତ ନେତ୍ରୀ ସ୍ୟୁ ଚୀଙ୍କ ବିରୋଧରେ ଦେଶର ଅଫିସିଆଲ ସିକ୍ରେଟ୍ସ ଆକ୍ଟ ଲାଗୁ କରାଯାଇଛି। ତାଙ୍କ ସହ ୪ ସହଯୋଗୀଙ୍କ ବିରୋଧରେ ଆଗତ ଗୋପନୀୟତା ଉଲ୍ଲଂଘନ ଅଭିଯୋଗ ପ୍ରମାଣିତ ହେଲେ ସେମାନଙ୍କୁ ୧୪ ବର୍ଷ ଲେଖାଏ ଜେଲରେ ରହିବାକୁ ପଡ଼ିପାରେ। ଏହା ପୂର୍ବରୁ ସେନା ସ୍ୟୁ ଚୀଙ୍କ ବିରୋଧରେ ବେଆଇନ ଭାବେ ଓ୍ବାକି-ଟକି ରଖିବା, ନିର୍ବାଚନ ସମୟରେ କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଏବଂ ଭୟ ସୃଷ୍ଟିକାରୀ ତଥ୍ୟ ପ୍ରକାଶ କରିବା ଭଳି ଅଭିଯୋଗ ଆଣିସାରିଛି। ଦେଶରେ ଗଣତନ୍ତ୍ର ସପକ୍ଷବାଦୀ ବିକ୍ଷୋଭ ତେଜିବାରେ ଲାଗିଥିବାରୁ ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ରକ୍ତପାତ ହୋଇପାରେ ବୋଲି ମ୍ୟାନ୍‌ମାରରେ ଜାତିସଂଘ ପ୍ରତିନିଧି ଆଶଙ୍କା ବ୍ୟକ୍ତ କରିଛନ୍ତି। ସୀମାରେ ସେନା ଓ ସଂଖ୍ୟାଲଘୁ ମିଲିସିଆଙ୍କ ମଧ୍ୟରେ ଚାଲିଥିବା ଲଢ଼େଇକୁ ଦୃଷ୍ଟିରେ ରଖି ଏପରି ଚେତାବନୀ ଦିଆଯାଇଛି। ଜାତିସଂଘ ସମେତ ଅନେକ ସଙ୍ଗଠନ ନିଜ କର୍ମଚାରୀଙ୍କ ପରିବାରକୁ ମ୍ୟାନ୍‌ମାର ଛାଡ଼ି ଚାଲିଯିବା ପାଇଁ ପରାମର୍ଶ ଦେଇଛନ୍ତି।

୬ ବର୍ଷୀୟାଙ୍କୁ ବି ଛାଡ଼ିଲେନି
ସଶସ୍ତ୍ର ବଳ ବୁଧବାର ବିକ୍ଷୋଭକାରୀଙ୍କୁ କରିଥିବା ଆକ୍ରମଣରେ ୬ ବର୍ଷର ଝିଅ ଖିନ୍‌ ମ୍ୟୋ ଚିଟ୍‌ ପ୍ରାଣ ହରାଇଥିଲେ। ମଣ୍ଡଲେୟ ସହରସ୍ଥିତ ଘରେ ପୋଲିସ ଚଢ଼ାଉ ବେଳେ ଖିନ୍‌ ତାଙ୍କ ବାପାଙ୍କ ଆଡ଼କୁ ଧାଉଁଥିବାବେଳେ ଗୁଳିମାଡ଼ ହୋଇଥିଲା। ଏଥିରେ ସେ ଟଳିପଡ଼ିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ସେମାନେ କବାଟକୁ ଗୋଇଠା ମାରିଥିଲେ। କବାଟ ଖୋଲିବା ପରେ ତୁମ ଘରେ ଆଉ କିଏ ଅଛନ୍ତି ବୋଲି ବାପାଙ୍କୁ ପଚାରିଥିଲେ। କେହି ନାହାନ୍ତି ବୋଲି ବାପା ଉତ୍ତର ଦେବାରୁ ସେମାନେ କହିଥିଲେ, ତୁମେ ମିଛ କହୁଛ। ତା’ ପରେ ସେମାନେ ଘର ଯାଞ୍ଚ କରିଥିଲେ। ଏହି ସମୟରେ ଖିନ୍‌ ବାପାଙ୍କ ପାଖକୁ ଦୌଡ଼ିଯିବାରୁ ସେମାନେ ତାକୁ ଗୁଳି କରିଥିଲେ ବୋଲି ମୃତ ଝିଅଙ୍କ ବଡ଼ ଭଉଣୀ ମେ ଥୁ ସୁମୟା କହିଛନ୍ତି।

ନିନ୍ଦାକଲା ଭାରତ
ମ୍ୟାନ୍‌ମାର ସେନା ସମସ୍ତ ରାଜନୈତିକ ବନ୍ଦୀଙ୍କୁ ମୁକ୍ତ କରୁ। ଏସିଆନ୍‌ ରାଷ୍ଟ୍ରଗୁଡ଼ିକର ଉଦ୍ୟମରେ ସ୍ଥିତି ସ୍ବାଭାବିକ ହେଉ। ଏହି ପ୍ରସଙ୍ଗରେ ନୂଆଦିଲ୍ଲୀ ଏକ ସନ୍ତୁଳିତ ଓ ଗଠନମୂଳକ ଭୂମିକା ନେବା ପାଇଁ ନିଜ ଅନ୍ତର୍ଜାତୀୟ ମଧ୍ୟସ୍ଥ ଏବଂ ଜାତିସଂଘ ସୁରକ୍ଷା ପରିଷଦ ସହ ଯୋଗସୂତ୍ରରେ ରହିଛି। ପଡ଼ୋଶୀ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେଉ।
– ଅରିନ୍ଦମ ବାଗ୍‌ଚୀ,ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଷ୍ଟ୍ରାଇକ୍‌: ଭାରତର ମୁସଲମାନ ବନ୍ଧୁ ରାଷ୍ଟ୍ର ଏବେ କାହାପଟେ ହେବେ? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୫।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ଭାରତ ପାକିସ୍ତାନ ଉପରେ ଆତଙ୍କବାଦକୁ ସମର୍ଥନ କରୁଥିବାର ଅଭିଯୋଗ...

ଆତଙ୍କବାଦୀ ଆକ୍ରମଣକୁ ଦୃଢ ନିନ୍ଦା: ମୃତ ପର୍ଯ୍ୟଟକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ବୁଗୁଡା,୨୫।୪(କାଳୀଚରଣ ଦାଶ): ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଦେଶ ପାକିସ୍ତାନର ପ୍ରୋତ୍ସାହନରେ ଆତଙ୍କବାଦୀଙ୍କ ବର୍ବରତା ସବୁ...

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

ପାକିସ୍ତାନର ଏୟାରସ୍ପେସ ବନ୍ଦ, ହେବ ବଡ଼ ଆଟାକ୍‌! ମିଳିଲା ସଙ୍କେତ

ନୂଆଦିଲ୍ଲୀ,୨୫।୪: ଜମ୍ମୁ-କଶ୍ମୀରର ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।...

ଦିଲ୍ଲୀରେ ଏବେ ଟ୍ରିପଲ୍‌ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍‌ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି...

ଭାଇରସ୍‌ ସଂକ୍ରମଣରୁ ବଞ୍ଚାଇବ ଚୁଇଂ ଗମ୍‌: ଜାଣନ୍ତୁ କେମିତି….

କିଛି ଗବେଷଣା କହେ ଚୁଇଂ ଗମ୍‌ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍‌ ତିଆରି କରାଯାଇଛି, ଯାହାକୁ...

ଗହୀରମଥା ଚଳଚଞ୍ଚଳ: ଦୁଇଦିନରେ ୮୨ ଲକ୍ଷ କଇଁଛ ଶାବକ ଅଣ୍ଡାରୁ ବାହାରି ହେଲେ ସମୁଦ୍ରମୁହାଁ

ରାଜନଗର,୨୫ା୪: ଦୀର୍ଘ ୫୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷଲକ୍ଷ ମାଈ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା...

ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଦେଖାଯିବ ଭୟଙ୍କର ଦୃଶ୍ୟ, AI ଫଟୋ ଦେଖିଲେ ଥରି ଉଠିବେ…

ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ଉତ୍ତେଜନାର ବାତାବରଣ ଦେଖାଦେଇଛି। ଏହି ଆକ୍ରମଣରେ ଆତଙ୍କବାଦୀମାନେ ୨୬ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image