Categories: ଜାତୀୟ

କେମିତି କଟିଲା ଅର୍ଣ୍ଣବଙ୍କ ଗୋଟିଏ ରାତି

ମୁମ୍ବାଇ,୫ ।୧୧: ରିପବ୍ଲିକ ଟିଭିର ଏଡିଟର-ଇନ-ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ ଯେ କି ଏକ ଇଣ୍ଟରିୟର ଡିଜାଇନର ଆତ୍ମହତ୍ୟା ମାମଲାରେ ବୁଧବାର ଗିରଫ ହୋଇଥିଲେ ସେ ରାତିରେ ସ୍ଥାନୀୟ ସ୍ୱୁଲରେ ଥିବା କୋଭିଡ-୧୯ କେନ୍ଦ୍ରରେ ରାତି କଟାଇଥିବା ଜଣାପଡିଛି । ଉକ୍ତ ସ୍କୁଲ ଅଲିବାଗ ଜେଲ୍‌ର କୋଭିଡ-୧୯ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା । ମହାରାଷ୍ଟ୍ର୍ରର ରାୟଗଡ ଜିଲାର ଅଲିବାଗର ଏକ କୋର୍ଟ ବୁଧବାର ଗୋସ୍ୱାମୀ ଓ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଓ ପରେ ଏମ।।ନଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ୧୮ ନଭେମ୍ବର ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଗୋସ୍ୱାମୀଙ୍କ ପାଇଁ ପୋଲିସ ୧୪ ଦିନ ମାଗିଥିବା ବେଳେ କୋର୍ଟ କହିଥିଲେ ବିଚାର ବିଭାଗୀୟ ହାଜତରେ ପଚରାଉଚରାର ଆବଶ୍ୟକତା ନାହିଁ । ମିଳିଥିବା ସୂଚନାରୁ ଜଣାପଡିଛି ପ୍ରଥମେ ଗୋସ୍ୱାମୀଙ୍କ ସ୍ୱାସ୍ଥ୍ର ପରୀକ୍ଷା କରାଯାଇ ତ’ପରେ ତାଙ୍କୁ ଅଲିଗଡ ଜେଲ୍‌ର କୋଭିଡ-୧୯ କେନ୍ଦ୍ରରେ ରଖାଯାଇଥିଲା ଓ ସେହିଠାରେ ସେ ପ୍ରଥମ ରାତି କାଟିଥିଲେ ।

Share