Categories: ଜାତୀୟ

ଜେଲରୁ ବାହାରିଲେ ଅର୍ଣ୍ଣବ ଗୋସ୍ବାମୀ

ମୁମ୍ବାଇ,୧୧।୧୧-ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ବୁଧବାର ସାରେ ତାଲୋଜା ଜେଲରୁ ମୁକୁଳିଛନ୍ତି। ଜେଲରୁ ବାହାରିବା ପରେ ଅର୍ଣ୍ଣବଙ୍କୁ ଦେଖିବା ପାଇଁ ଜନସାଧାରଣଙ୍କ ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଜେଲରୁ ମୁକୁଳିବା ପରେ ଅର୍ଣ୍ଣବ କାର ଯୋଗେ ନିଜ ଘର ଅଭିମୁଖେ ବାହାରିଥିଲେ। ଆଜି ଅପରାହ୍ନରେ ଅର୍ଣ୍ଣବଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ୨୦୧୮ ଏକ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା। ନଭେମ୍ବର ୪ ରେ ମୁମ୍ବାଇ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ବୋଲି ଅଭିଯୋଗ ହୋଇଥିଲା।

Share