Categories: ଖେଳ

ଅର୍ନଭ ମହାନ୍ତି ଚାମ୍ପିୟନ

ଭୁବନେଶ୍ୱର, ୧୯ା୬ (ବିଜୟ ରଣା): ସ୍ଥାନୀୟ ଟଙ୍କପାଣିସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିର ପରିସରରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଜେଇଏମ୍‌ ସ୍କୁଲ-୧ (ଭୁବନେଶ୍ୱର)ର ଅର୍ନଭ ମହାନ୍ତି ୪.୫ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଆରୁଷ ମହାନ୍ତି (୪.୫) ଦ୍ୱିତୀୟ ଏବଂ ଭଦ୍ରକର ସିଳାନ୍ଦିସ୍ଥିତ କାହ୍ନୁ ଚରଣ ବିଦ୍ୟାମନ୍ଦିରର ଉଦୟ ପରିଡ଼ା (୪.୦) ତୃତୀୟ ସ୍ଥାନ ହାସଲ କରିଛନ୍ତି। ଚତୁର୍ଥରୁ ଦଶମ ସ୍ଥାନ ଯଥାକ୍ରମେ ଅନ୍ବେଷା ମହାପାତ୍ର (ଆପିଜେ ସ୍କୁଲ), ଅନୁଷ୍କା ପଟ୍ଟନାୟକ (ଲୋୟଲା ସ୍କୁଲ), ଆଦ୍ୟାଶ୍ରୀ ପଣ୍ଡା (ନାରାୟଣ ସ୍କୁଲ), କୌଶିକ ପଟ୍ଟନାୟକ (ସନ୍ତୋଷୀ ଇଂଲିଶ ମିଡିୟମ ସ୍କୁଲ, ପୁରୀ), ଅମନ ପଟ୍ଟନାୟକ (ଫ୍ୟୁଚର ଭୁବନେଶ୍ୱର ସ୍କୁଲ), ସତ୍ୟମ ଓଝା (ଓଏଭି, ଜାମଧର, ଯାଜପୁର) ଏବଂ ଅଂଶୁମାନ ଆଚାର୍ଯ୍ୟ (ସେଣ୍ଟ ଜାଭିୟର ହାଇସ୍କୁଲ, କଟକ)। ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ଏହି ଚାମ୍ପିୟନଶିପ୍‌ର ପୁରସ୍କାର ବିତରଣ ଉତ୍ସବରେ ବଡ଼ମ୍ବା ବ୍ଲକ ହର୍ଟିକଲଚର ଅଫିସର ମନୋଜ କୁମାର ମହାନ୍ତି ଅତିଥିଭାବେ ଯୋଗଦେଇଥିଲେ।

Share