ସଡ଼କ ଦୁର୍ଘଟଣାରୁ ବର୍ତ୍ତିଗଲେ ହଲିଉଡ୍‌ ଅଭିନେତା

ଲସ୍‌ ଆଞ୍ଜେଲସ୍‌,୨୩।୧: ଲସ୍‌ ଆଞ୍ଜେଲସ୍‌ରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ହଲିଉଡ୍‌ ଅଭିନେତା ତଥା କାଲିଫର୍ନିଆର ପୂର୍ବତନ ଗଭର୍ନର ଆର୍ନୋଲ୍ଡ ସର୍ଜନେଗର୍‌ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସୂଚନା ମୁତାବକ ୭୪ ବର୍ଷୀୟ ଆର୍ନୋଲ୍ଡ ନିଜେ କାର୍‌ ଚଳାଇ ଯାଉଥିଲେ। ହେଲେ ରିଭେରିଆ କଣ୍ଟ୍ରି କ୍ଲବ ନିକଟ ଏଭେନ୍ୟୁ ଛକରେ ଅନ୍ୟ ଏକ କାର୍‌ ଆର୍ନୋଲ୍ଡଙ୍କ କାରକୁ ଧକ୍କା ଦେଇଥିଲା। ସେତିକିବେଳେ ସେହି ରାସ୍ତା ଦେଇ ଆସୁଥିବା ଅନ୍ୟ ୨ଟି କାର୍‌ ମଧ୍ୟ ଭାରସାମ୍ୟ ହରାଇ ଆର୍ନୋଲ୍ଡଙ୍କ ଦୁର୍ଘଟଣାଗ୍ରସ୍ତ କାର୍‌କୁ ପଛକୁ ପଛ ଧକ୍କା ଦେଇଥିଲା। ହେଲେ ଆର୍ନୋଲ୍ଡ ଏଥିରେ ସୁରକ୍ଷିତ ଅବସ୍ଥାରେ ବର୍ତ୍ତିଯାଇଥିଲେ। ଏହି ଦୁର୍ଘଟଣାରେ କେବଳ ଜଣେ ମହିଳାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିବା ଲସ୍‌ ଆଞ୍ଜେଲସ୍‌ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ କିଛି ସମୟ ରହି ଆର୍ନୋଲ୍ଡ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ପୋଲିସ ଘଟଣାର ତଦନ୍ତ ଚଳାଇଛି।

 

Share