ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପଓ୍ବାଡାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। କୁପଓ୍ବାଡା ଜିଲାର ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାଦୀ ବସ୍ ଓଲଟିପଡ଼ିଛି। ଏଥିରେ ପ୍ରାୟ ୨୦ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ହିନ୍ଦଓ୍ବାଡାର ବାତାୟିନ ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଘଟଣାରେ ୨୦ଜଣ ଆତ ହୋଇଥିବା ବେଳେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ। ଖବରପାଇ ଘଟଣାସ୍ଥଳରେ ପୋଲିସ ଉଦ୍ଧାର କାର୍ଯ୍ୟ କରିବା ସହ ଆହତଙ୍କ ପରିଚୟ ଚିହ୍ନଟ କରିବାରେ ଲାଗିଛି। ଏଥିସହ ଘରଣାର ତଦନ୍ତ ଆରମ୍ଭ କରିଛି।