Categories: ଜାତୀୟ

ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ୫ ଲକ୍ଷ ରାମଭକ୍ତ ଯୋଗ ଦେବା ନେଇ ଆକଳନ

ଲକ୍ଷ୍ନୌ,୨୮।୭: ରାମ ମନ୍ଦିରର ଉଦ୍‌ଘାଟନ ପାଇଁ ପ୍ରସ୍ତୁତି ତୀବ୍ର ହୋଇଛି। ଜାନୁୟାରୀ ୨୦୨୪ରେ ଭବ୍ୟ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ଉତ୍ସବକୁ ଏକ ବ୍ୟାପକ ସ୍ବରୂପ ଦେବା ପାଇଁ ଯୋଜନା ଚାଲିଛି। ଏହାର ଦାୟିତ୍ୱ ରାମ ମନ୍ଦିର ଟ୍ରଷ୍ଟ ସହିତ ସଂଘ ଏବଂ ଭିଏଚପି ପରିଚାଳନା କରୁଛନ୍ତି। ସଂଘ ଆକଳନ କରିଛନ୍ତି ଯେ, ଏହି ଉତ୍ସବ ପାଇଁ ପ୍ରାୟ ପାଞ୍ଚ ଲକ୍ଷ ଲୋକ ଅଯୋଧ୍ୟାକୁ ଆସିପାରନ୍ତି। ଅଯୋଧ୍ୟାକୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଏକ ବିସ୍ତୃତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି।

ସଂଘର ପଦାଧିକାରୀ କ୍ରମାଗତ ଭାବରେ ବୈଠକ କରି ଆୟୋଜନର ରୂପରେଖା ପ୍ରସ୍ତୁତ କରୁଛନ୍ତି। ସଂଗଠନର ପ୍ରୟାସ ଯେ ଅଯୋଧ୍ୟାରୁ କେହି ଭୋକିଲା ନ ଯାଆନ୍ତୁ। ସମଗ୍ର ସହରର ବିଭିନ୍ନ ସ୍ଥାନରେ ଭଣ୍ଡାରର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସଂଗଠନର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାମଲାଲାର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ୧୦ଦିନ ହେବ। ଏହି ମହୋତ୍ସବ ମକର ସଙ୍କ୍ରାନ୍ତି ଜାନୁୟାରୀ ୧୫ରେ ଆରମ୍ଭ ହୋଇ ୨୪ ଜାନୁୟାରୀରେ ଶେଷ ହେବ।

 

Share