ରାୟଗଡା,୨୭।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ପୌରପରିଷଦର ୨୪ଟି ୱାର୍ଡର ସମସ୍ୟା ନେଇ ଭାଜପା ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ଘେରାଉ ହୋଇଛି। ୬ଟି ଦାବି ନେଇ ଏହି ଘେରାଉ ହୋଇଛି। ଡ୍ରେନ ସଫା, ସେଥିରୁ ନିର୍ଗତ ପାଣିକୁ ନଦୀକୁ ନ ଛାଡ଼ି ଡାଇଭରଶନ କରିବା, ଦେଶୀମଦ ବିକ୍ରିରେ ରୋକ ଲଗାଇବା ଆଦି ଦାବି ରହିଛି। ୮ ନମ୍ବର ୱାର୍ଡ କାଉନସିଲର ତଥା ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକା, ବିଧାୟକ ପ୍ରାଥୀ ବସନ୍ତ ଉଲାକାଙ୍କ ସମେତ ପ୍ରତ୍ୟେକ ୱାର୍ଡରୁ ୫ ଲେଖାଏ ସର୍ବ ମୋଟ ୨୦୦ରୁ ଊର୍ଦ୍ଧ୍ୱ ସାମିଲ ହୋଇ ଦାବି ଜଣାଇଛନ୍ତି । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ପୌରପରିଷଦ କାର୍ଯ୍ୟାଳରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି।