ସରକାରୀ ଯୋଜନାରୁ ହିତାଧିକାରୀ ବଞ୍ଚିତ, ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

ଘସିପୁରା,୨୬ା୮(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗୋହିରା ପଞ୍ଚାୟତରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ କରି ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ମିଳିତ ଭାବେ ପିସି କାରବାର ଶୀର୍ଷରେ ପହଞ୍ଚିଥିବା ଅଭିଯୋଗ କରିଛନ୍ତି ଭାଜପା କର୍ମୀ। ପ୍ରକୃତ ହିତାଧିକାରୀମାନେ ସରକାରୀ ଯୋଜନାରୁ ବାଦ୍‌ ପଡୁଥିବା ଯଜ୍ଞ ପ୍ରସାଦ କହିଛନ୍ତି। ଏହି ଆନ୍ଦୋଳନରେ ଶକ୍ତିର ଜନ ମହାନ୍ତି, ବାବନ ଦାସ, ବସନ୍ତ ମହାନ୍ତି, ଭିକା ନାୟକ, ସୁବାସ ନାୟକ, ଦାମୋଦର ସାହୁ, ପପୁ ମହାକୁଡ଼, ମହେଶ୍ୱର ସାହୁ, ମାମିନି ନାୟକ, ବିଜୁ ନାୟକ, ଦାସ ନାୟକ, ସୁକାନ୍ତି ନାୟକ, କାଠି ନାୟକ, ଆଳତି ନାୟକ, ଚମ୍ପା ନାୟକ, ସେବା ନାୟକ ପ୍ରମୁଖ ଦଳୀୟକର୍ମୀଙ୍କ ସମେତ ବହୁ ପଞ୍ଚାୟତର ହିତାଧିକାରୀ ଯୋଗ ଦେଇଥିଲେ।

Share