ଦେବଗଡ଼,୨୯।୭(ଡି.ଏନ୍.ଏ.): ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆୟୋଜିତ ମାଟ୍ରିକ ପରୀକ୍ଷାରେ ଦେବଗଡ଼ ଜିଲାର ଅର୍ପିତା ପ୍ରିୟଦର୍ଶିନୀ ପ୍ରଧାନ ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ରିଆମାଳ ବ୍ଲକ ବୁଢ଼ାପାଳ ହାଇସ୍କୁଲର। ସେ ୫୫୩(୯୨.୨) ପ୍ରତିଶତ ମାର୍କ ରଖିଛନ୍ତି ।
ଜିଲାର ୩୧ଟି ପରୀକ୍ଷା କେନ୍ଦ୍ରରେ ୮୫ଟି ହାଇସ୍କୁଲରୁ ୪୩୯୩ ଜଣଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେଥିରୁ ୩୫୨୪ଜଣ ପାସ ହୋଇଛନ୍ତି । ଜିଲାରେ ମୋଟ ପାସ୍ ହାର ୮୦.୨୨ ପ୍ରତିଶତ ରହିଛି।