Categories: ଜାତୀୟ

‘ଅଯଥାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଗିରଫ କରାଯାଇ ନ ଥିଲା’

ମୁମ୍ବାଇ,୨୫।୮ : ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ଦେଇ ଗତକାଲି ଗିରଫ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଗିରଫ ହେବାର ୮ ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଥିଲା। ତାଙ୍କୁ ଆସନ୍ତା ୨ ତାରିଖରେ ନାଶିକ ପୋଲିସ ନିକଟରେ ହଜାର ହେବାକୁ କୁହାଯାଇଛି।

କେନ୍ଦ୍ର ମନ୍ତ୍ରୀ ରାଣେଙ୍କ ବିରୋଧରେ ନାଶିକରେ ମଧ୍ୟ ଗୋଟିଏ ଏଫ୍‌ଆଇଆର୍‌ ଦାୟର ହୋଇଛି। ଏଣୁ ଆଗାମୀ ଗୁରୁବାର ଅପରାହ୍ନ ୧୨ଟା ସୁଦ୍ଧା ନାଶିକ ପୋଲିସ ନିକଟରେ ହାଜର ହେବା ଲାଗି ମଙ୍ଗଳବାର ବିଳମ୍ବିତ ରାତିରେ ନୋଟିସ କରାଯାଇଛି।

ବରିଷ୍ଠ ଭାଜପା ନେତାଙ୍କୁ ରାତି ୯ଟା ୪୫ରେ ଜାମିନ ମିଳିଥିଲା। ବିନା ନୋଟିସ୍‌ରେ ରାଜନୈତିକ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ପାଇଁ ତାଙ୍କୁ ଗିରଫ କରାଯାଇଥିବା ରାଇଗଡ କୋର୍ଟରେ ୬୯ ବର୍ଷୀୟ ରାଣେ ଦର୍ଶାଇଥିଲେ। କେନ୍ଦ୍ର ମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଗିରଫ କରାଯିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଏହାର ଉତ୍ତରରେ ରାଇଗଡ କୋର୍ଟ ବିଚାରପତି କହିଥିଲେ, ଗିରଫ ହେବାର କାରଣ ଓ ଅନ୍ୟାନ୍ୟ କାରଣକୁ ବିଚାର କରି ମୁଁ ପାଇଲି ଯେ, ଗିରଫଦାରୀ ଯୁକ୍ତିଯୁକ୍ତ। କିନ୍ତୁ ପୋଲିସ ହେପାଜତର ଆବଶ୍ୟକତା ନ ଥିବା ମାଜିଷ୍ଟ୍ରେଟ୍‌ ଏସ୍‌ ଏସ୍‌ ପାଟିଲ କହିଥିଲେ।

Share