Categories: ଜାତୀୟ

ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କ ଗିରଫ

ନୂଆଦିଲ୍ଲୀ,୨।୧୨: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଳାତକ ଆତଙ୍କବାଦୀ ହରପ୍ରୀତ ସିଂଙ୍କୁ ଗିରଫ କରିଛି। ପାକିସ୍ତାନ ସ୍ଥିତ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେସନ (ଆଇଏସଏଫ)ର ମୁଖ୍ୟ ହରପ୍ରୀତ ଲଖବୀର ସିଂ ରୋଡେଙ୍କ ସହଯୋଗୀ ଏବଂ ଡିସେମ୍ବର ୨୦୨୧ ଲୁଧିଆନା କୋର୍ଟ ବିଲ୍ଡିଂ ବିସ୍ଫୋରଣରେ ଷଡଯନ୍ତ୍ରକାରୀଙ୍କ ମଧ୍ୟରୁ ଜଣେ ବୋଲି ଏନଆଇଏ କହିଛି। ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ହରପ୍ରୀତ ସିଂଙ୍କ ଉପରେ ଏନଆଇଏ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତାଙ୍କ ବିରୋଧରେ ସ୍ବତନ୍ତ୍ର ଏନଆଇଏ କୋର୍ଟରୁ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା ଏବଂ ଏକ ଲୁକ ଆଉଟ ସର୍କୁଲାର ମଧ୍ୟ ନିଆଯାଇଥିଲା।

Share