ତିଲେଇବଣି ବିଡିଓଙ୍କୁ ଗିରଫ କର

ଦେବଗଡ଼,୭ା୫(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫଦାରିର ପ୍ରତିବାଦ କରିଛି ଭାଜପା। ବିଡିଓ ଦଳପତିଙ୍କୁ ଗିରଫ ଦାବିରେ ରାଜ୍ୟ ଭାଜପାର ଆହ୍ବାନ କ୍ରମେ ଭାଜପା ପକ୍ଷରୁ ରାଜ୍ୟର ସମସ୍ତ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦିଅଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେବଗଡ ଜିଲା ଭାଜପା ପକ୍ଷରୁ ମଧ୍ୟ ଦେବଗଡ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଦେବଗଡ଼ ଜିଲା ଭାଜପା ସଭାପତି ମୀନକେତନ ପ୍ରଧାନ, ଜିଲା ମହିଳା ଭାଜପା ସଭାନେତ୍ରୀ ବିଳାସିନୀ ଥାପ୍ପା, ଜିଲା ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ ଓ ସମୀର କୁମାର ସାହୁ, ଜିଲା ଉପସଭାପତି ଭାରତ ଭୂଷଣ ପ୍ରଧାନ, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ସାହୁ, ଜିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ଉପନଗରପାଳ ପ୍ରଜିତ କୁମାର ଭୋଜ, ଜିଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଭୂତିଆ, ଭାଜପା ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର କୁମାର ବ୍ରହ୍ମା, ନଗର ସଭାପତି ଦିବ୍ୟଶଙ୍କର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଜଗନ୍ନାଥ ବେହେରା, ନଗର ସମ୍ପାଦକ ରମଣୀରଞ୍ଜନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ରୋହିତ ଗଙ୍ଗଦେବଙ୍କ ନେତୃତ୍ୱରେ ଜିଲାର ବିଭିନ୍ନ ପ୍ରାନ୍ତରରୁ ବହୁ ଭାଜପା ନେତା ଓ କର୍ମୀ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦେବଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଅବସରରେ ବିଡିଓ ଦଳପତିଙ୍କୁ ଗିରଫ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏସ୍‌ପି ରାଜକିଶୋର ପାଇକରାୟଙ୍କୁ ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ା ଏହି ଧାରଣାରେ କାଉନଶିଲର ମଧୁସୂଦନ ବାଘ, ସରୋଜିନୀ ମୁଣ୍ଡା, କାର୍ତ୍ତିକ ମହାକୁଳ, ପିଙ୍କିରାଣୀ ସାହୁ, ଇତିଶ୍ରୀ ମିଶ୍ର, ବିରଞ୍ଚତ୍ ବେହେରା, ପିଲୁ ନାୟକ ଓ ରିତେଶ ନାୟକଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ।