ଥିରୁଭାନନ୍ତପୁରମ,୧୦।୫: ମାଲୟାଲମ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଇରକାକେୁଲମ କୋର୍ଟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛି। ବିଜୟ ଏବେ ଫେରାର୍ ଥିବାବେଳେ ଓ୍ବାରେଣ୍ଟ ପରେ ପୋଲିସ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଛି। ସୂଚନାଯୋଗ୍ୟ ବିଜୟଙ୍କ ଫଟୋ ସମେତ ସମ୍ପୂର୍ଣ୍ଣ ମାମଲା ଅନ୍ତର୍ଜାତୀୟ ଆପରାଧିକ ପୋଲିସ ସଂଗଠନ ଓ୍ବେବ୍ ସାଇଟ୍ରେ ମଧ୍ୟ ଜାରି କରାଯିବ। ବିଜୟଙ୍କ ବିରୋଧରେ ରେଡ କର୍ନର ନୋଟିସ୍ ମଧ୍ୟ ଜାରି କରାଯାଇଛି। ତେବେ ଏହି ନୋଟିସ ଦ୍ୱାରା ଦୁବାଇ ପୋଲିସ ବିଜୟଙ୍କୁ ଗିରଫ କରି କେରଳ ପୋଲିସକୁ ହସ୍ତାନ୍ତର କରିପାରିବ। ଗତ ଏପ୍ରିଲ ୨୨ ତାରିଖରେ ମାଲୟାଲମ ଫିଲ୍ମ ଜଗତର ଜଣେ ଅଭିନେତ୍ରୀ ବିଜୟଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଅଭିନେତ୍ରୀଙ୍କ ଅଭିଯୋଗ କ୍ରମେ ବିଜୟ ଯୁବତୀ ଜଣଙ୍କୁ ଫିଲ୍ମରେ କାମ କରିବା ପାଇଁ ସୁଯୋଗ ଦେବାର ପ୍ରଲୋଭନ ଦେଖାଇଥିଲେ। ଏପ୍ରିଲ ୧୪ ଓ ୧୫ ତାରିଖ ଦୁଇଦିନ ଧରି ଯୁବତୀଙ୍କୁ ଶରୀରିକ ଶୋଷଣ କରିଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି।