Categories: ଜାତୀୟ

ପଞ୍ଜାବର ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ଗିରଫ ପରଓ୍ବାନା

ଚଣ୍ଡିଗଡ଼,୨୭ା୯: ସମ୍ପତ୍ତି କିଣାରେ ଅନିୟମିତତାକୁ ନେଇ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ୍‌ ସିଂ ବାଦଲଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଏକ ଅଦାଲତ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛନ୍ତି। ଗତ ଜାନୁୟାରୀରେ ମନପ୍ରୀତ୍‌ ଭାଜପାରେ ଯୋଗଦେଇଥିଲେ। ସେ ମନ୍ତ୍ରୀ ଥିବାବେଳେ କ୍ଷମତାର ଅପବ୍ୟବହାର କରି ବଠିଣ୍ଡାରେ ଦୁଇଟି ବ୍ୟବସାୟିକ ପ୍ଲଟ୍‌କୁ ବାସୋପଯୋଗୀ ପ୍ଲଟ୍‌ରେ ପରିବର୍ତ୍ତନ କରାଇ ନିଜ ନାଁରେ କିଣିଥିବା ଅଭିଯୋଗ ହୋଇଥିଲା।

Share