ଆଣ୍ଟି ଟେରର ଆକ୍ଟରେ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ, ଖୁବଶୀଘ୍ର ହୋଇପାରନ୍ତି ଗିରଫ

ଇସଲାମାବାଦ,୨୨ ।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯେ କୌଣସି ସମୟରେ ଗିରଫ ହୋଇ ପାରନ୍ତି । ଆଣ୍ଟି ଟେରର ଆକ୍ଟ ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଛି । ଅଗଷ୍ଟ ୨୦ରେ ଇମ୍ରାନ ଖାଁ ଆଇଜି ଓ ଜଣେ ଜଜଙ୍କୁ ଧମକ ଦେଇଥିଲେ । ଆଉ ଏହାପରେ ଇମ୍ରାନଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା ଓ ବିଳମ୍ବିତ ରାତିରେ ଇସଲାମାବାଦର ଆଇଜିଙ୍କ ପକ୍ଷରୁ ଆରେଷ୍ଟ ୱାରଣ୍ଟ ଜାରି କରାଯାଇଥିବା ସୂଚନା ଦିଆଯାଇଥିଲା ।
ପାକିସ୍ତାନର ଏଆରୱାଇ ନ୍ୟୁଜର ସୂଚନା ଅନୁଯାୟୀ, ଶାହ ମହମୁଦ କୁରେଶି (ଉପାଧ୍ୟକ୍ଷ ପାକିସ୍ତାନ ତହରିକ-ଏ-ଇନସାଫ) କହିଛନ୍ତି ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଅନ୍ୟପଟେ ଶୁଣିବାକୁ ମିଳିଛି କି ଗିରଫ ହେବା ଭୟରେ ଇମ୍ରାନ ଏବେ କୌଣସି ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି । ହେଲେ ଦଳ ପକ୍ଷରୁ ଦାବି କରାଯାଇଛି କି ସେ ବନିଗାଲା ସ୍ଥିତ ତାଙ୍କ ଘରେ ଅଛନ୍ତି ।

Share