ଇସଲାମାବାଦ,୮।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଣାଣି କରି ଇମ୍ରାନଙ୍କ ଜାମିନ ବିହୀନ ଗିରଫ ପରୱାନାକୁ ଅସ୍ଥାୟୀ ଭାବେ ମାର୍ଚ୍ଚ ୧୩ ଯାଏ ସସପେଣ୍ଡ କରିଦେଇଛନ୍ତି। ତୋଷଖାନା କେସ୍ରେ ଇମ୍ରାନ ଖାନଙ୍କୁ ସେସନ୍ସ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୪ଥର କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇମ୍ରାନ ହାଜର ହୋଇ ନ ଥିଲେ। ତେଣୁ ଏନେଇ ତାଙ୍କ ନାଁରେ ଗିରଫ ପରୱାନା ଜାରି କରାଯାଇଥିଲା।