ନୂଆଦିଲ୍ଲୀ,୧୨।୧: ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେବାର ଦିନକ ପରେ ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରି ହୋଇଛି ଓ୍ବାରେଣ୍ଟ। ୨୦୧୪ରେ ହିନ୍ଦୁ ଦେବାବେଦୀଙ୍କ ଉପରେ ବିବାଦୀୟ ବୟାନ ଦେବା ମାମଲାରେ ତାଙ୍କୁ ବୁଧବାର କୋର୍ଟରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ସେ ହାଜର ହୋଇ ନ ଥିଲେ। ଏଣୁ ତାଙ୍କୁ କୋର୍ଟ ୨୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ବେଳେ ସ୍ବାମୀ ପ୍ରସାଦ ମୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ନେତା ଥିଲେ।
“ବିବାହ ବେଳେ ଦେବୀ ଗୌରୀ ଓ ଭଗବାନ ଗଣେଶଙ୍କ ପୂଜା କରାଯିବା ଉଚିତ ନୁହେଁ। ଦଳିତ ଓ ପଛୁଆବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର” ବୋଲି ମୌର୍ଯ୍ୟ କହିଥିଲେ।