ଗିରଫ ହେବେ ମାଲାୟାଲମ ଅଭିନେତା

ଯୌନ ନିର୍ଯାତନା ଅଭିଯୋଗରେ ମାଲାୟାଲମ ଅଭିନେତା ବିଜୟ ବାବୁ ଗିରଫ ହେବେ । ଏର୍ଣ୍ଣାକୁଲମର ଏକ ଲୋକାଲ କୋର୍ଟ ଅଭିଯୁକ୍ତ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସଜାରି ପାଇଁ କୋର୍ଟ ବିଭାଗୀୟ କର୍ତ୍ତୃପଙ୍କପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି। ଅନ୍ୟପଟେ ଅଭିଯୋଗ ପରେ ବିଜୟବାବୁ ଫେରାର ଥିବା ଜଣାପଡ଼ିଛି।

ସୂଚନାନୁସାରେ, ଫିଲ୍ମରେ କାମ ଦେବାକୁ କହି ବିଜୟ ବାବୁ ଅସଦାଚରଣ କରିଥିବା ଜଣେ ମହିଳା ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କ ଏପ୍ରିଲ ୨୨ରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗରେ ଦର୍ଶାଇଛନ୍ତି।

Share