ତେହେରାନ,୩୦ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଇରାନ ଗିରଫ ପରଓ୍ବାନା ଜାରି କରିବା ସହ ଇଣ୍ଟରପୋଲର ସହଯୋଗ ଲୋଡ଼ିଛି। ବାଗ୍ଦାଦରେ ଇରାନର ମୁଖ୍ୟ ଜେନେରାଲ କାସିମ୍ ସୁଲେମାନୀଙ୍କୁ ହତ୍ୟା କରାଯିବା ଘଟଣାକୁ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ଇରାନ ଦର୍ଶାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ତେହେରାନ ଓକିଲ ଅଲି ଅଲ୍କାସିମେହର ସୋମବାର କହିଛନ୍ତି, କେବଳ ଟ୍ରମ୍ପ ନୁହନ୍ତି, ୩୦ରୁ ଅଧିକ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଲାଗି ଦାୟୀ। ଗତ ଜାନୁୟାରୀ ୩ ଏୟାରଷ୍ଟ୍ରାଇକ୍ରେ ସୁଲେମାନୀଙ୍କୁ ହତ୍ୟା କରାଯାଇଥିଲା। ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବା ଓ ତେହେରାନ ଅଣୁଚୁକ୍ତିରୁ ଆମେରିକା ଓ ସହଯୋଗୀ ରାଷ୍ଟ୍ର ମୁହଁ ଫେରାଇ ଆଣିବା ପରିସ୍ଥିତିକୁ ଗମ୍ଭୀର କରିଛି। ଇଣ୍ଟରପୋଲ ଟ୍ରମ୍ପଙ୍କୁ ରେଡ୍କର୍ନର ନୋଟିସ ଜାରି କରୁ ବୋଲି ଅଲ୍କାସିମେହର ଦାବି କରିଛନ୍ତି।