ଗିରଫ ହେଲେ ବିଗ୍‌ ବି!

ମୁମ୍ବାଇ:କିଛି ଦିନ ପୂର୍ବରୁ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ବାଇ ଟ୍ରାଫିକ୍‌ରେ ଫଶିଯିବା କାରଣରୁ ଜଣେ ଅପରିଚିତଙ୍କ ବାଇକ୍‌ ପଛରେ ବସି ଯାଉଥିବାର ଫଟୋ ଭାଇରାଲ ହୋଇଥିଲା।
ଏହି ଘଟଣାର କିଛିଦିନ ପରେ ଅଭିତାଭ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଟ ସେୟାର କରିଛନ୍ତି। ସେ ଏକ ପୋଲିସ ଭ୍ୟାନ୍‌ ନିକଟରେ ପୋଜ୍‌ ଦେଇଛନ୍ତି। ଫଟୋ କ୍ୟାପଶନ୍‌ରେ ସେ ଲେଖିଛନ୍ତି, ‘ଆରେଷ୍ଟେଡ’। ତେବେ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତାଙ୍କ ଫ୍ୟାନ୍ସମାନେ ପୋଷ୍ଟରେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଥିବାର ଦେଖିବାକୁ ମିଳିଛି। ଜଣେ ଫ୍ୟାନ୍ସ ଲେଖିଛନ୍ତି ଯେ, ‘ଭୂତନାଥ କୋ କୋଇ ଆରେଷ୍ଟ ନହି କର ସକତା’। ଆଉ ଜଣେ ଲେଖିଛନ୍ତି ଯେ, ‘ଡନ୍‌ କୋ ପକଡନା ମୁସକିଲ ନହିଁ ନାମୁନକିନ୍‌ ହେ’। ସେହିପରି ଆଉ ଜଣେ ଫ୍ୟାନ୍ସ କହିଛନ୍ତି, ‘ଡନ୍‌ କା ଇନ୍ତିଜାର ଗ୍ୟାରୋ ମୁଲକୋ କି ପୋଲିସ କର ରହି ହେ’।

Share