୫ ହଜାର ପାଇଁ ଧରାପଡ଼ିଲେ

ସମ୍ବଲପୁର,୨୭।୮(ବ୍ୟୁରୋ): ସମ୍ବଲପୁର ଭିଜିଲାନ୍ସ ଟିମ୍‌ ହାତରେ ଶୁକ୍ରବାର ଧରାପଡିଛନ୍ତି ଚିପିଲିମା ମେଷ ପ୍ରଜନନ କେନ୍ଦ୍ରର କନିଷ୍ଠ କିରାଣି ନରସିଂହ ଗଡତିଆ। ତାଙ୍କଠାରୁ ୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍‌। ଏ ନେଇ ଭିଜିଲାନ୍ସ ଏକ ମାମଲା ରୁଜୁ କରି କିରାଣିଙ୍କୁ କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, କିରାଣି ନରସିଂହ ଏକ ଫାଇଲରେ ଦସ୍ତଖତ କରିବାକୁ ଅଶୋକ କୁମ୍ଭାରଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଅଶୋକ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ। ଯୋଜନା କ୍ରମେ ଶୁକ୍ରବାର ଭିଜିଲାନ୍ସ ଟିମ୍‌ ସଦସ୍ୟ ଚିପିଲିମା ତାଲିମ କେନ୍ଦ୍ରରେ ଲୁଚି ରହିଥିଲେ। ନରସିଂହ ଟଙ୍କା ନେବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା।

Share