ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର: ଗିରଫ ହେଲେ ଦାଦାଶ୍ୱଶୁର

ବ୍ରହ୍ମପୁର,୧୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ସମ୍ପର୍କୀୟା ପୁତୁରା ବୋହୂଙ୍କୁ ବଳାତ୍କାର ଅଭିଯୋଗରେ ବଡବଜାର ଥାନା ପୋଲିସ ଦାଦାଶ୍ୱଶୁରଙ୍କୁ ଗିରଫ କରିଛି। ସେ ହେଲେ କଳାହାଣ୍ଡି ଜିଲା ରାମପୁର ଥାନା ଅଞ୍ଚଳର ଅଭିରାମ ସାହୁ(୪୫) ।

ଏମକେସିଜିରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ଡାକ୍ତରୀମାଇନା କରାଯିବା ପରେ ରବିବାର ଅଭିରାମଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିରାମଙ୍କ ସମ୍ପର୍କୀୟା ପୁତୁରା ପରିବାର ସହ ବ୍ରହ୍ମପୁରରେ ରହନ୍ତି। ଅଭିରାମ ପ୍ରଲୋଭିତ କରି ପୁତୁରା ବୋହୂଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ଏହାର ପ୍ରତିବାଦ କରୁଥିଲେ ବି ବିଭିନ୍ନ ପ୍ରକାର ଭୟ ଦେଖାଇ ଆସୁଥିଲେ। ପୀଡ଼ିତା ଗତ ଏପ୍ରିଲ ମାସରେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତଙ୍କ ମୋବାଇଲ ଟ୍ରାକିଂ କରି ତାଙ୍କୁ ଧରିଥିଲା। ଏ ନେଇ ନଂ. ୧୩୦/୨୪ରେ ମାମଲା ରୁଜୁ ହୋଇଛି।

Share