ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜଳେଶ୍ୱରର ଅମାପ ସମ୍ପତ୍ତିର ଅଧିକାରୀ ବିଡିଓ ଅଶ୍ୱିନୀ ଦାସ ଗିରଫ ହୋଇଛନ୍ତିି। ତାଙ୍କ ଠାରୁ ଏଯାବତ୍ ମୋଟ ୫ କୋଟି ୭ ଲକ୍ଷ ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛ। ଏଥିରେ କଟକ ଓ ଭୁବନେଶ୍ୱରରେ ୨୪ଟି ପ୍ଲଟ ରହିଛି। ବିଡିଓଙ୍କ ଘରେ ଥିବା ମନ୍ଦିରରେ ଠାକୁରଙ୍କ ମୁଣ୍ଡରେ ସୁନା ମୁକୁଟ ମଧ୍ୟ ଥିଲା, ଯେଉଁ ସୁନା ମୁକୁଟକୁ ମିସାଇ ମୋଟ ୧ କେଜି ୨୮ ଗ୍ରାମ ସୁନା ଜବତ କରାଯାଇଥିଲା। ସେହିପରି ୩ କିଲୋ ୬୩୨ ଗ୍ରାମ ରୂପା ଜବତ କରାଯାଇଛି। ଏହା ସହ ଅନ୍ୟାନ୍ୟ ଦାମୀ ଗାଡ଼ି , ୭୩ ଲକ୍ଷ ୯୧ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଇନ୍ସୁରାନ୍ସ। ଏହାସହ ଘରୁ ନଗଦ ୧.୭ ଲକ୍ଷ ଟଙ୍କା ଜବତ ହୋଇଛି।