Posted inଫୁରସତ

ବିନା ପାସ୍‌ପୋର୍ଟରେ ବିଦେଶରେ ପହଞ୍ଚିଲେ

ୱାଶିଂଟନ: ବିଦେଶକୁ ଯାତ୍ରା ସମୟରେ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିଥାଏ। ହେଲେ ନିକଟରେ ଜଣେ ମହିଳା ବିନା ପାସ୍‌ପୋର୍ଟରେ ୧୫୦୦ କି.ମି. ଦୂର ବିଦେଶରେ ପହଞ୍ଚିଯାଇଛନ୍ତି। ଆମେରିକାର ବେଭେର୍ଲି ଏଲିସ ହେବର୍ଡ ନାମକ ମହିଳା ପେନ୍‌ସିଲଭାନିଆର ଫିଲାଡେଲଫିଆ ଏବଂ ଫ୍ଲୋରିଡ଼ାର ଜାକ୍ସନଭିଲେରେ ଥିବା ନିଜର ୨ ଘରକୁ ଯିବାଆସିବା କରିଥାନ୍ତି। ଏହି ୨ ସହରକୁ ଯାଆସ ପାଇଁ କୌଣସି ପାସ୍‌ପୋର୍ଟର ଆବଶ୍ୟକତା ପଡ଼ି ନ ଥାଏ। କିନ୍ତୁ ବେଭେର୍ଲି ଭୁଲ ଫ୍ଲାଇଟରେ ବସିଯିବାରୁ ସେ ଜାମାଇକାରେ ପହଞ୍ଚିଯାଇଥିଲେ। ରିପୋର୍ଟ ମୁତାବକ, ଫିଲାଡେଲଫିଆରୁ ଜାକ୍ସନଭିଲେ ଯିବା ପାଇଁ ବେଭେର୍ଲି ବୋର୍ଡିଂ ଗେଟ୍‌ ପାଖରେ ପହଞ୍ଚିଥିଲେ। ନିକଟରେ ତାଙ୍କର ପିଠିରେ ସର୍ଜରୀ ହୋଇଥିବାରୁ ତାଙ୍କ ଗତି ମନ୍ଥର ଥିଲା। ସେଠାରେ ସେ ଜଣେ ଷ୍ଟାଫ୍‌ଙ୍କୁ ଫ୍ଲାଇଟ ଟେକ୍‌ଅପ ହେବା ଭିତରେ ସେ ବାଥ୍‌ରୁମ ଯାଇ ଆସିପାରିବେ କି ନାହିଁ ପଚାରିଲେ। ସେଥିପାଇଁ ୨୦ ମିନିଟ୍‌ ସମୟ ଥିବା ସେ କହିଥିଲେ। ବେଭେର୍ଲି ବାଥ୍‌ରୁମ୍‌ରୁ ଆସି ତୁରନ୍ତ ଫ୍ଲାଇଟ ପାଇଁ ତାଙ୍କ ବୋର୍ଡିଂ ପାସ ଦେଖାଇଲେ। ସେଠାରେ ଚେକ୍‌ କରୁଥିବା ଏଜେଣ୍ଟ ମଧ୍ୟ ତରବରରେ ତାଙ୍କ ପାସ୍‌କୁ ନ ଦେଖି ତାଙ୍କୁ ଛାଡ଼ି ଦେଇଥିଲେ। ଫ୍ଲାଇଟର ସଦସ୍ୟ ବେଭେର୍ଲିଙ୍କୁ ଖୁବ୍‌ଶୀଘ୍ର ଆମେ ଜମାଇକାରେ ପହଞ୍ଚିବା ବୋଲି କହିଥିଲେ। ଏଥିରେ ବେଭେର୍ଲି ହସିକରି କହିଲେ, ସେ ଜମାଇକା ଯିବାକୁ ଚାହାନ୍ତି, ହେଲେ ତାଙ୍କୁ ବର୍ତ୍ତମାନ ତାଙ୍କ ଘରକୁ ଯିବାକୁ ଅଛି ବୋଲି କହିଥିଲେ। ସେଥିରେ ବେଭେର୍ଲି ଏବଂ ସଦସ୍ୟ ଜଣକ ଜାଣିପାରିଲେ ଯେ ସେ ଭୁଲ ଫ୍ଲାଇଟରେ ବସିଛନ୍ତି। ପ୍ରକୃତରେ ବେଭେର୍ଲି ବାଥରୁମ୍‌ ଯିବା ସମୟରେ ବୋର୍ଡିଂ ଗେଟ୍‌ ବଦଳାଯାଇଥିଲା, ଯାହା ଫଳରେ ବେଭେର୍ଲି ଭୁଲ ଫ୍ଲାଇଟ୍‌ରେ ଚଢିଯାଇଥିଲେ। ପରେ ବେଭେର୍ଲିଙ୍କ ସହିତ ଜଣେ ସଦସ୍ୟ ରହିଲେ। କିଛି ଘଣ୍ଟା ପରେ ତାଙ୍କୁ ନିଜ ଦେଶକୁ ଫେରିବାକୁ ଫ୍ଲାଇଟ ମିଳିଗଲା। ତେବେ ଏୟାରଲାଇନ ପକ୍ଷରୁ ଏପରି ଭୁଲ ସୁଧାରିବାକୁ ଯାଇ ମହିଳାଙ୍କୁ ତାଙ୍କ ଟିକେଟ ଟଙ୍କା ଫେରାଇ ଦିଆଗଲା। ଏଥିସହ ତାଙ୍କୁ ୬୦୦ ଡଲାର ଅର୍ଥାତ୍‌ ୪୯ ହଜାର ୨୪୫ ଟଙ୍କାର ଫ୍ଲାଇଟ ଭାଉଚର ମଧ୍ୟ ଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

ପିଲାଙ୍କ ପାଠପଢ଼ା ଚାଲିଥିବା ବେଳେ ହଠାତ୍‌ କ୍ଲାସ୍‌ରୁମ୍‌ ଏସିରୁ ବାହାରିଲା ସାପ, ଆଉ ତା’ ପରେ…

ନୂଆଦିଲ୍ଲୀ,୨୦ା୯: ନୋଏଡାର ଘରୋଇ ବିଶ୍ୱବିଦ୍ୟାଳୟର ଏକ କ୍ଲାସ୍‌ରୁମ୍‌ର ଏସିରୁ ହଠାତ୍‌ ଗୋଟିଏ ସାପ ବାହାରିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପିଲାମାନେ ଭୟଭୀତ ହୋଇ ଡେସ୍କ...

ମୃତ୍ୟୁ ପରେ ମୃତଦେହକୁ କାଟି ଖାଇଯାନ୍ତି ଏହି ଲୋକ, ଅଦ୍ଭୁତ ପରମ୍ପରାକୁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୃତ୍ୟୁ ପରେ, ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ ଉପାୟରେ ଶବଦାହ କରନ୍ତି। କେତେକ ସ୍ଥାନରେ, ଶେଷ ରୀତିନୀତି କରିବାର ପ୍ରକ୍ରିୟା ଏପରି ଯେ ଏହା...

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri