Categories: ଫୁରସତ

ନିଜ ଅନ୍ତିମ ସଂସ୍କାରରେ ଆସି ପହଞ୍ଚିଲେ

ବ୍ରୁସେଲ୍‌ସ: ଜଣେ ବ୍ୟକ୍ତି ମରିବା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ। ଯେଉଁବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ, ସେ ଯଦି ତାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚତ୍ବେ? ଏପରି ଘଟଣା ଘଟିଛି ବେଲ୍‌ଜିୟମରେ। ରିପୋର୍ଟ ମୁତାବକ, ୪୫ ବର୍ଷୀୟ ଡେବିଡ ବାର୍ଟନ ନିଜ ମରିବାର ଅଭିନୟ କରିଥିଲେ। ଯେତେବେଳେ ତାଙ୍କ ଅନ୍ତିମ ସଂସ୍କାର ହେଲା ସେତେବେଳେ ସେ ହେଲିକପ୍ଟର ଜରିଆରେ ସେଠାରେ ପହଞ୍ଚତ୍ଲେ। ଏହି ଭିଡିଓ ସୋସିସାଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଡେବିଡ ନିଜ ପରିବାରକୁ ଉଚିତ ଶିକ୍ଷା ଦେବାକୁ ଏପରି କରିଥିବା କହିଛନ୍ତି। ତାଙ୍କ ଭଉଣୀ ଭାଇ ତାଙ୍କୁ ପଚାରୁ ନ ଥିଲେ। ସେଥିରେ ତାଙ୍କ ସ୍ତ୍ରୀ ଓ ଝିଅ ମଧ୍ୟ ସାମିଲ ଥିଲେ। ସେମାନେ ସୋସିଆଲ ମିଡିଆରେ ତାଙ୍କ ମୃତ୍ୟୁ ଖବର ପ୍ରଚାର କରିଥିଲେ। ଏହାପରେ ତାଙ୍କ ପରିବାରର ସମସ୍ତେ ଆସି ଏକାଠି ହୋଇଥିଲେ। ଯେତେବେଳେ ଡେବିଡ ହେଲିକପ୍ଟରରେ ଆସି ସେଠାରେ ପହଞ୍ଚତ୍ଲେ, ସମସ୍ତେ ତାଙ୍କୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସବୁ କଥା ଜାଣିବା ପରେ ତାଙ୍କୁ ଭଲପାଇବା ଦେଇଥିଲେ।

Share