କଟକ ଅଫିସ,୨୫।୧୨: ଆଜି ବଡ଼ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରିଥାନ୍ତି। ତେବେ ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନରେ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କୁହାଯାଇଛି। ହେଲେ କଟକର ଏକ ଚର୍ଚ୍ଚରେ ଏହି ନିୟମକୁ ଉଲ୍ଲଂଘନ କରାଯାଇଥିବା ଜଣାପଡ଼ିଛି। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ କଟକର କ୍ୟାଣ୍ଟନମେଣ୍ଟ କ୍ୟାଥୋଲିକ ଚର୍ଚ୍ଚରେ ପୋଲିସ ପହଞ୍ଚି ପ୍ରାର୍ଥନାକୁ ବନ୍ଦ କରିଥିଲେ। କ୍ୟାଥୋଲିକ ଚର୍ଚ୍ଚ ଭିତରେ ଲୋକଙ୍କର ଅଧିକ ଭିଡ଼ ଜମିଥିବା ଖବରପାଇ ପୋଲିସ ଏହାକୁ ବନ୍ଦ କରିଥିଲେ।