୩ ରଥର ୨୧ ଅଖ ନିର୍ମାଣ ଶେଷ

ପୁରୀ ଅଫିସ, ୧।୬: ସ୍ନାନ ପୂର୍ଣ୍ଣିମାକୁ ତିନିରଥର ଚକ-ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ୪ ନାହାକା ଉଠିଥାଏ। ଏହି ଅବସରରେ ତିନିରଥର ଅନୁକୂଳ ଅଖକୁ ମିଶାଇ ମଙ୍ଗଳବାର ସୁଦ୍ଧା ମୋଟ ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନିରଥର ଗରଗରା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ତିନିରଥର ଭୁଇଁଚଉତା ନିର୍ମାଣ ଶେଷ ପରେ ଚଉତାର ଦୁଇପଟ ସାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତାଳଧ୍ୱଜ ରଥର ପୋଲ ଗୟଳ ଚିରଟ ଶେଷ ହୋଇ ଚଉପଟ କାର୍ଯ୍ୟ ବାକି ରହିଛି। ନନ୍ଦିଘୋଷ ରଥର ପୋଲ ଗୟଳ ଦୁଇପାଶର୍‌ବ ବାରିସିରେ ସମତଳ କରିବା ପରେ କରତି ସେବକମାନେ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନିରଥର ବାକି ରହିଥିବା ଓରାରେ ବିନ୍ଧ ଆଡ଼ି ବିନ୍ଧ ଶେଷ ହୋଇଛି। ତାଳଧ୍ୱଜ ରଥର ମୋଟ ୭ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ପରେ ରଥ ଅମିନ ତିନି ରଥ ଚାଳିକୁ ଦୁଇଟି ଲେଖାଏ ୨୦ଫୁଟିଆ ଧଉରା କାଠ ଗରଗରା ନିର୍ମାଣ ପାଇଁ ଅପରାହ୍ନରେ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ। ତାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଚଉଦ ନାହାକା ନିର୍ମାଣ ଶେଷପରେ ତାର ଦୁଇ ମୁଣ୍ଡ ସାଲ କାର୍ଯ୍ୟ ସରିଛି। ଦେବଦଳନ ରଥର ମୋଟ ୬ଟି ଅଖ ଶେଷ ହୋଇଛି। ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣ ପରେ ଦେବଦଳନ ରଥର କେତୋଟି ବାକିଥିବା ଚଉଦନାହାକାର ଦୁଇମୁଣ୍ଡ ସାଲ ଶେଷ ହୋଇ ଓରାରେ ବିନ୍ଧ ଆଡିବିନ୍ଧ ସରିଛି। ନନ୍ଦିଘୋଷ ରଥର ମୋଟ ୮ଟି ଅଖ ନିର୍ମାଣ ଶେଷ ହେବା ପରେ ଅପରାହ୍ନରେ ରଥ ଅମିନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ୨୦ଫୁଟିଆ ଧଉରାକାଠ ଗରଗରା ନିର୍ମାଣ ନିମନ୍ତେ ଯୋଗାଇବା ପରେ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି। ଏତଦ୍‌ବ୍ୟତୀତ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଦୋଳବେଦିରେ କରତି ସେବକମାନେ ଜାରି ରଖିଛନ୍ତି। ୩ ରଥର ରୂପକାର ସେବକମାନେ ସାଲ ଗୁଜରେ ରୂପ ଖୋଦେଇ ଶେଷ କରିଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ତିନି ରଥର ଘଡିମୁହଁ ଦଣ୍ଡା କଣ୍ଟା ନିର୍ମାଣ ଶେଷ କଲାପରେ ସେଗୁଡିକର ମଠା କାର୍ଯ୍ୟକରିବା ସହ ତିନିରଥର ଗୟଳ କଣ୍ଟା, ଗରଗରା କଣ୍ଟା ଏବଂ ଛନ୍ଦା ଗୟଳ କଣ୍ଟା ନିର୍ମାଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image