ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ଦ୍ରୌପଦୀ।
ଦ୍ରୌପଦୀ ଗୁରୁବାର ସକାଳେ ଏମ୍ସିଏଲ ଗେଷ୍ଟ ହାଉସ୍ରୁ ବାହାରି ଜେଡ୍ ପ୍ଲସ ସୁରକ୍ଷା ସହ ବିମାନବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ବାଗତ କରିବାକୁ ପାରମ୍ପରିକ ନାଚଗୀତରେ ଆୟୋଜନ କରାଯାଇଥିଲା। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ବେଚ୍ଛାସେବୀ ସଙ୍ଗଠନ କର୍ମୀ, ଭାଜପା, ନେତା ପ୍ରମୁଖ ଉପସ୍ଥିତ ଥିଲେ।