ଓଡ଼ିଶାରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହ୍ବାନ, କହିଲେ ଆଉଟସୋର୍ସିଂ ସରକାର ଚାଲିଛି

ଭୁବନେଶ୍ୱର,୧୩।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଭୁବନେଶ୍ୱରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଓଡ଼ିଶାରେ ଆଉଟସୋର୍ସିଂ ସରକାର ଚାଲିଛି, ଦୁର୍ନୀତିର ସବୁ ସୀମା ଏଠାରେ ଟପିଛି, ଜୀବିତ ବ୍ୟକ୍ତିଙ୍କୁ ଏଠାରେ ମୃତ ସଜାଇ ଦିଆଯାଇଛି।’
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜେ ସରକାର ଚଳାଉନାହାନ୍ତି, ସ୍ଥିତି ଦେଖିଲେ ଲାଗୁଛି ଆଉଟସୋର୍ସକୁ ଶାସନ ବ୍ୟବସ୍ଥା ଦିଆଯାଇଛି। ଅଧିକାରୀ ସରକାର ଚଲାଉଛନ୍ତି ଆଉ ସେମାନେ ବେଲଗାମ ହୋଇ ରାଜ୍ୟକୁ ଦୁର୍ନୀତିରେ ବୁଡ଼ାଇଛନ୍ତି।
ଓଡ଼ିଶାରେ ମହିଳା ଅସୁରକ୍ଷିତ, ମହିଳାଙ୍କ ଉପରେ ଅତ୍ୟାଚାର ସବୁ ସୀମା ଟପିଛି। କେନ୍ଦ୍ରୀୟ ଯୋଜନାକୁ ରି-ବ୍ରାଣ୍ଡିଂ କରି ରାଜ୍ୟ ସରକାର ଲୋକଙ୍କୁ ଦେଉଛନ୍ତି। ଓଡ଼ିଶା ବିକାଶ ପାଇଁ ମୋଦି ଦେଉଥିବା ଅର୍ଥର ସଠିକ ବିନିଯୋଗ ହେଉନି। କେନ୍ଦ୍ରରୁ ମୋଦି ଟଙ୍କା ପଠାଉଛନ୍ତି ଆଉ ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି ବୋଲି ଶିବରାଜ କହିଛନ୍ତି।
Share