Posted inଜାତୀୟ

ଦେଶର କଥା ଶୁଣିବା ପାଇଁ ତ୍ୟାଗ କରିବାକୁ ହେବ ଅହଂକାର: ରାହୁଲ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରୁଥିବାବେଳେ ରାହୁଲ ଗାନ୍ଧୀ ଲୋକସଭାରେ କହିଛନ୍ତି ତାଙ୍କୁ ସଂସଦକୁ ଫେରାଇ ଆଣିଥିବାରୁ ଧନ୍ୟବାଦ। ଏହା ସହିତ ମଣିପୁର ହିଂସା ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ ାସମାଳୋଚନା କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଆଜି ମୁଁ ମନରୁ ନୁହେଁ, ହୃଦୟରୁ କହିବାକୁ ଚାହୁଁଛି। ଆଜି ମୁଁ ନିଶ୍ଚିତ ଭାବରେ ଗୋଟିଏ କିମ୍ବା ଦୁଇଟି ପ୍ରସଙ୍ଗ ଉପରେ କହିବି। ଅଧିକ ନୁହେଁ।
ଭାରତ ଯୋଡୋ ଯାତ୍ରା ପରେ ଅନେକ ଲୋକ ମୋତେ ପଚାରିଲେ ମୁଁ କାହିଁକି ଚାଲୁଛି। କନ୍ୟାକୁମାରୀରୁ କଶ୍ମୀରକୁ କାହିଁକି ଚାଲିଛି। ପ୍ରାରମ୍ଭରେ ମୁଁ ଏହି ପ୍ରଶ୍ନର ଉତ୍ତର ଦେଇ ପାରିଲି ନାହିଁ। ମୁଁ ଭାବୁଥିଲି ମୁଁ ଲୋକମାନଙ୍କୁ ବୁଝିବାକୁ ଚାହୁଁଛି। ସେଥିପାଇଁ ମୁଁ କିଛି ସମୟ ଚୁପ ପରେ, ମୁଁ ବୁଝିଲି ମୁଁ ଭଲ ପାଉଥିବା ଜିନିଷ, ଯେଉଁ ଜିନିଷ ପାଇଁ ମୁଁ ମରିବାକୁ ପ୍ରସ୍ତୁତ ଥିଲି, ମୁଁ ସେହି କଥା ବୁଝିବାକୁ ଚାହୁଁଥିଲି।

ଆରମ୍ଭରୁ ମୁଁ ପ୍ରତ୍ୟେକ ଦିନ ୮ରୁ ୧୦ କିଲୋମିଟର ଚାଲୁଥିଲି, ତେଣୁ ୨୫ କିଲୋମିଟର ଚାଲିବାରେ କ’ଣ ଅସୁବିଧା ହେବ, କିନ୍ତୁ କିଛି ଦିନ ଚାଲିବା ପରେ ମୋର ଗୋଡରେ ଯନ୍ତ୍ରଣା ଆରମ୍ଭ ହେଲା। ଯାତ୍ରା ସମୟରେ କୃଷକମାନେ ମୋ ପାଖକୁ ଆସିଥିଲେ। ସେମାନଙ୍କର ଫସଲ ଉଜୁଡ଼ି ଯାଇଥିଲା। ମୁଁ ସେମାନଙ୍କୁ ପଚାରିଲି ତୁମେ ବୀମା ଟଙ୍କା ପାଇଛ ? ସେମାନେ ଉତ୍ତର ଦେଲେ ସେମାନେ ପାଇ ନାହାନ୍ତି। ଏହି ଯାତ୍ରା ସମୟରେ ମୁଁ ସମସ୍ତଙ୍କ ଯନ୍ତ୍ରଣା ଜାଣିବାକୁ ଚେଷ୍ଟା କଲି।

ତେଣୁ ଦେଶର କଥା ଶୁଣିବାକୁ ହେଲେ ମନରୁ ଅହଂକାର ତ୍ୟାଗ କରିବାକୁ ପଡ଼ିବ। କିଛି ଦିନ ପୂର୍ବରୁ ମୁଁ ମଣିପୁର ଯାଇଥିଲି। ଆମ ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ମଣିପୁର ପରିଦର୍ଶନ କରିନାହାଁନ୍ତି କାରଣ ମଣିପୁର ତାଙ୍କ ପାଇଁ ହିନ୍ଦୁସ୍ତାନ ନୁହେଁ ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ରାବଣ କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ କଥା ଶୁଣୁଥିଲା। ସେହିପରି ମୋଦି କେବଳ ଦୁଇଜଣଙ୍କ କଥା ଶୁଣୁଛନ୍ତି ସେମାନେ ହେଉଛନ୍ତି ଅମିତ ଶାହା ଏବଂ ଅଦାନୀ।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର...

କିଏ ସେହି ବିଜୟା କିଶୋର ରାହାଟକର? ହେଲେ ରାଷ୍ଟ୍ରୀୟ ମହିଳା ଆୟୋଗର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ର ସରକାର ବିଜୟା କିଶୋର ରାହଟକରଙ୍କୁ ଜାତୀୟ ମହିଳା ଆୟୋଗର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ କରିଛନ୍ତି। ରେଖା ଶର୍ମାଙ୍କ ସ୍ଥାନରେ ବିଜୟା କିଶୋର...

ସ୍ତ୍ରୀଙ୍କ ପାଇଁ ୨୦ ବର୍ଷ ହେଲା କରଓ୍ବାଚୌଥ ବ୍ରତ କରୁଛନ୍ତି ଏହି ଭାଜପା ନେତା

ନୂଆଦିଲ୍ଲୀ,୧୯।୧୦: ବିବାହିତ ମହିଳାମାନେ ରବିବାର କରଓ୍ବାଚୌଥ ଉପବାସ କରିବେ। ବିଶ୍ୱାସ ଅନୁଯାୟୀ, ସାଧାରଣତଃ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏହି ଉପବାସ ପାଳନ...

ନୁଡଲ୍ସ ଭଳି ୨ ମିନିଟରେ ନିଆଯାଇ ପାରିବନି ନିଷ୍ପତ୍ତି, ଝାଡ଼ଖଣ୍ଡ ସିଟ ଶେୟାରିଂକୁ ନେଇ ଗର୍ଜିଲେ…

ରାଞ୍ଚି,୧୯।୧୦: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇଣ୍ଡିଆ ମେଣ୍ଟର ସିଟ ଶେୟାରିଂ ସୂତ୍ର ଘୋଷଣା କରିଛନ୍ତି। ଜେଏମଏମ ଏବଂ କଂଗ୍ରେସ ରାଜ୍ୟର ୮୧ଟି ବିଧାନସଭା ଆସନରୁ...

ଉତ୍ତର ପ୍ରଦେଶ ଶୁଟର୍‌ଙ୍କୁ କାହିଁକି ଦିଆଯାଇଥିଲା ବାବା ସିଦ୍ଧକିଙ୍କ ସୁପାରୀ? ହେଲା ବଡ଼ ଖୁଲାସା

ମୁମ୍ବାଇ,୧୯।୧୦: ବାବା ସିଦ୍ଧକି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ବଡ଼ ଖୁଲାସା ହୋଇଛି। କେଉଁ କାରଣରୁ ଏହି ସୁପାରି ୟୁପି ଶୁଟର୍‌ଙ୍କୁ ଦିଆଯାଇଥିଲା ସେ...

ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଲାଗି ପ୍ରସ୍ତାବ ପାରିତ, ମୋହର ଲଗାଇଲା ଉମର କ୍ୟାବିନେଟ୍‌

ଶ୍ରୀନଗର,୧୯।୧୦: ଜମ୍ମୁ କଶ୍ମୀରକୁ ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଲାଗି ଶନିବାର ଉମର ଅବଦୁଲ୍ଲା କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କୁ ପୁଣି ଚାକିରି ଦେବେ ସରକାର, ଜାଣନ୍ତୁ କେତେ ପାଇବେ ଦରମା…

ନୂଆଦିଲ୍ଲୀ,୧୯ା୧୦: ଭାରତୀୟ ରେଳ ବିଭାଗ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଏକ ବଡ଼ ଖୁସି ଖବର ଦେଇଛି। ବାସ୍ତବରେ ରେଳ କର୍ମଚାରୀଙ୍କ ଅଭାବକୁ ଦୂର କରିବା ପାଇଁ ରେଳବାଇ...

ପଙ୍କଜା ମୁଣ୍ଡେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ…, କିଏ ଉଠାଇଲେ ଏହି ନାମ

ମୁମ୍ବାଇ,୧୯।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଆସନ ବଣ୍ଟନରେ ସମସ୍ତ ରାଜନୈତିକ ଦଳ ବ୍ୟସ୍ତ ଅଛନ୍ତି। ଏକନାଥ ଶିନ୍ଦେଙ୍କ ନାମରେ ନିର୍ବାଚନ ଲଢିିବା ପାଇଁ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri