ସରକାରୀ କ୍ୱାର୍ଟର୍ସରେ ବାଣ ବିସ୍ଫୋରଣ

ଭୁବନେଶ୍ୱର ୧୨।୫(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସ ନଂ. ୧୩/୨ରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ବାଣ ବିସ୍ପୋରଣ ଯୋଗୁ ନିଆଁ ଲାଗି କ୍ୱାର୍ଟର୍ସକୁ ଲାଗିଥିବା ଆଜ୍‌ବେଷ୍ଟସ୍‌ ଘରଟି ଜଳିଯାଇଛି। ଏଥିରେ ଘରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ିଯାଇଛି। ଘରର ଆଜ୍‌ବେଷ୍ଟସ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ହେଲେ ନିଆଁ ମୁଖ୍ୟ କ୍ୱାର୍ଟର୍ସକୁ ବ୍ୟାପିବା ପୂର୍ବରୁ ଅଗ୍ନିଶମ ବାହିନୀ ପହଞ୍ଚତ୍ ଏହାକୁ ଆୟତ୍ତ କରିବାରୁ ବଡ଼ କ୍ଷୟକ୍ଷତିକୁ ଏଡାଇ ଦିଆଯାଇପାରିଛି। ଏହି ସରକାରୀ କ୍ୱାର୍ଟର୍ସ ଚିତ୍ତରଞ୍ଜନ ଲେଙ୍କାଙ୍କ ନାମରେ ରହିଥିବାବେଳେ ସେ ଲୋକସେବା ଭବନସ୍ଥିତ ପ୍ଲାନିଂ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ଜଣାପଡିଛି। ଅଗ୍ନିଶମ ବିଭାଗର ଡେପୁଟି ଅଫିସର ଅବନୀ ସ୍ବାଇଁ କହିଛନ୍ତି, ଶର୍ଟ ସର୍କିଟ ଯୋଗୁ ଇଲେକଟ୍ରିକ୍‌ ବୋର୍ଡରେ ଲାଗିଥିବା ନିଆଁ ତଳେ ଥିବା କୁମ୍ପି ବାଣ ଉପରେ ପଡିବାରୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଅନ୍ୟପଟେ ଘର ଭିତରେ ବାଣ ତିଆରି ଲାଗି ପ୍ରସ୍ତୁତ ହୋଇଥିବା ବାରୁଦ, କୁଣ୍ଡା, ମାଟି ଆଦି ପଡିଥିବା ଦେଖିବାକୁ ମିଳିଛି। ତେଣୁ ଏଠାରେ ବେଆଇନ ଭାବେ ବାଣ ତିଆରି ହେଉଥିବା ସନ୍ଦେହ କରାଯାଉଛି। ଏପଟେ ଝିଅର ବାହାଘର ପାଇଁ ବାଣ କିଣି ରଖାଯାଇଥିବା ପଡୋଶୀ କହିଛନ୍ତି। ତେଣୁ କ୍ୟାପିଟାଲ ଥାନା ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରିବା ସହ ଅଗ୍ନିକାଣ୍ଡର ଠିକ କାରଣ ଜାଣିବା ଲାଗି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି, ତଦନ୍ତରେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ। ଚିତ୍ତରଞ୍ଜନ ବେଆଇନ ଭାବେ ଘରେ ବାଣ ଗଚ୍ଛିତ କରି ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ଓ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ ପଳାଇଛନ୍ତି। ସେମାନଙ୍କୁ ପଚରାଉଚରା ପରେ ଘଟଣାର ସତ କ’ଣ ଜଣାପଡିବ ଓ ଏହାପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିସହ ପୋଲିସ ସ୍ଥାନୀୟ ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି। ବାଣ ଯୋଗୁ ଅଗ୍ନିକାଣ୍ଡ ଘଟିବା କଥା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ମାତାବରଣ ଦେଖାଦେଇଛି।
ପଡୋଶୀଙ୍କ କହିବାନୁସାରେ, ଉକ୍ତ କ୍ୱାର୍ଟର୍ସକୁ ଲାଗି ଗୋଟିଏ ଆଜ୍‌ବେଷ୍ଟସ ଘରକୁ ଚିତ୍ତରଞ୍ଜନ ଷ୍ଟୋର୍‌ ରୁମ୍‌ କରିଥିଲେ। ସେଠାରେ ବାଣ ରହିଥିଲା। ଗୁରୁବାର ସକାଳେ ଉକ୍ତ ଘରେ ନିଆଁ ଲାଗିବା ସହ କ୍ୱାର୍ଟର୍ସ ପରିସର ଧୂଆଁମୟ ହୋଇଯାଇଥିଲା। ଏପରିକି ଉକ୍ତ ଘର ଭିତରୁ ବିସ୍ଫୋରଣ ଶବ୍ଦ ଶୁଣାଯିବା ପରେ ଘଟଣା ଜାଣିବା ପାଇଁ ଲୋକେ ପାଚେରି ଡେଇଁ ଭିତରକୁ ଯାଇ ପାଣି ଢାଳି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଘର ଭିତରେ କୁମ୍ପିବାଣ ସହ ବାରୁଦ ପଡିଥିବା ଦେଖି ଅଗ୍ନିଶମ ଟିମ୍‌କୁ ଖବର ଦିଆଯାଇଥିଲା। ଅଗ୍ନିଶମ ଟିମ୍‌ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଘର ଭିତରେ ବଡ଼ ବିସ୍ଫୋରକ ନ ଥିବାରୁ ଅଧିକ କ୍ଷୟକ୍ଷତି ହୋଇନାହିଁ।
ଗତ ଏପ୍ରିଲ ୩ରେ ଭିଏସ୍‌ଏସ୍‌ନଗର ଜିଏଲ କଲୋନୀରେ ବାଣ ଭିଡୁଥିବାବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେଣୁ ଏହି ଛାତିଥରା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା। ଏହାର ମାସେ ପରେ ପୁଣି ବେଆଇନ ଭାବେ ଘର ଭିତରେ ବାଣ ରଖିବା ଓ ବିସ୍ଫୋରଣରେ ଘର ଜଳିଯିବା ଘଟଣାକୁ ନେଇ ପୋଲିସର କାର୍ଯ୍ୟଧାରା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri