କୋରାପୁଟ,୨୨।୧(ସ୍ବ.ପ୍ର.): କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହୋଇଥାଏ। ଏହାକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଗଞ୍ଜେଇ ଚାଲାଣକାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। କେତେବେଳେ ମାଛ ବାକ୍ସରେ, ପଣସ ଗାଡିରେ, ଗାଡି ସିଟ୍ ତଳେ, ଝାଡୁ ଗାଡିରେ ତ କେତେବେଳ ଗାଡିରେ ସ୍ବତନ୍ତ୍ର ବାକ୍ସ କରି ଗଞ୍ଜେଇ ନେଉଥିବା ନଜିର ରହିଛି। ତେବେ ପ୍ରଥମ କରି ସ୍କୁଲ ବ୍ୟାଗ୍ରେ ଗଞ୍ଜେଇ ଚାଲାଣ ହେଉଥିବା ସାମ୍ନାକୁ ଆସିଛି। ଗଞ୍ଜେଇ ବ୍ୟବସାୟୀମାନେ ସ୍କୁଲ ବ୍ୟାଗରେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି। ଶନିବାର ଭୋରରୁ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ଲମତାପୁଟର ମାଲେଗାଁ ଛକ ନିକଟରେ ଚଢାଉ କରି ସ୍କୁଲ ବ୍ୟାଗରେ ଚାଲାଣ ହେଉଥିବା ୨୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରଛି। ଏଥିରେ ସମ୍ପୃକ୍ତ ବିହାର ଓ ଉତ୍ତର ପ୍ରଦେଶ ଅଞ୍ଚଳର ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହି ଗଞ୍ଜେଇ ଆନ୍ଧ୍ର ସୀମାନ୍ତ ଅଞ୍ଚଳରୁ ଚାଲାଣ ହେଉଥିବା ସୂଚନା ପାଇ ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର ଏହାକୁ ଧରିବା ପାଇଁ ମାଛକୁଣ୍ଡ ଓ ଲମତାପୁଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ା