ସ୍ବର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ଭେଟିଲେ ଆତଙ୍କବାଦୀ ସଂଗଠନର ନେତା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୪।୮: ଅଲିମ୍ପିକ ୨୦୨୪ରେ ପାକିସ୍ତାନ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ଅର୍ଶଦ ନଦୀମ ଚର୍ଚ୍ଚାକୁ ଆସିଛନ୍ତି। ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦୀମ ଆତଙ୍କବାଦୀ ସଂଗଠନର ନେତାମାନଙ୍କୁ ଭେଟିଥିବାର ନଜର ଆସିଛନ୍ତି। ପ୍ୟାରିସରେ ଚମତ୍କାର ପଦର୍ଶନ କରିବା ପରେ ଅର୍ଶଦଙ୍କୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ଭାରତରେ ତାଙ୍କୁ ପ୍ରଶଂସା କରାଯାଇଛି, କିନ୍ତୁ ବର୍ତ୍ତମାନ ଆତଙ୍କବାଦୀ ସଂଗଠନର ନେତାଙ୍କ ସହ ସାକ୍ଷାତ ପରେ ନଦୀମ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନଦୀମଙ୍କୁ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ଏକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ଅର୍ଶଦ ଭିଡିଓରେ କଥା ହେଉଥିବା ବ୍ୟକ୍ତି ହେଉଛନ୍ତି ମହମ୍ମଦ ହାରିସ ଡାର୍‌। ହାରିସ ଡାର୍‌ ହେଉଛନ୍ତି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ରାଜନୈତିକ ସାମ୍ମୁଖ୍ୟ, ମିଲି ମୁସଲିମ ଲିଗ (ଏମଏମଏଲ) ର ଜଏଣ୍ଟ ସେକ୍ରେଟାରୀ।

ସୋସିଆଲ ମିଡିଆରେ କିଛି ଲୋକ ଦାବି କରୁଛନ୍ତି ଯେ ଆତଙ୍କବାଦୀ ସଂଗଠନର ନେତାଙ୍କ ସହ ଅର୍ଶଦଙ୍କ ଏହି ସାକ୍ଷାତ ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ହୋଇଛି। ତେବେ ବୈଠକର ସମୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ମିଲି ମୁସଲିମ ଲିଗ ହେଉଛି ହାଫିଜ ସାଇଜ ଦ୍ୱାରା ଗଠିତ ଏକ ସଂଗଠନ ।ହାଫିଜ ସଇଦଙ୍କୁ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୨୬।୧୦:ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଦିଲ୍ଲୀ ସ୍ପିଡ୍‌ଷ୍ଟର ହର୍ଷିତ ରାଣା ଓ ଆନ୍ଧ୍ର ସିମ୍‌...

ଖୋ ଖୋ ବିଶ୍ୱକପ୍‌ରେ ଭାଗ ନେବେ ୨୪ ଦେଶ

ନୂଆଦିଲ୍ଲୀ, ୨୬ା୧୦: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆସନ୍ତାବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖୋଖୋ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିରେ...

ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗ ନେବ ଭାରତ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ଭାରତୀୟ କୁସ୍ତି ଦଳ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବ। ସରକାର ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି। ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ବୁଧବାର ଆଗାମୀ...

ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ, ପ୍ରଥମ ଭାରତୀୟ ଭାବେ…

ପୁଣେ,୨୫।୧୦: ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ ୨୦୨୪ରେ ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ବାମହାତୀ ଏହି ବ୍ୟାଟ୍ସମ୍ୟାନ୍‌ ନ୍ୟୁଜିଲାଣ୍ଡ...

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ସାଣ୍ଟନର୍‌ଙ୍କ ଆଗରେ ମୁଣ୍ଡ ନୁଆଁଇଲା ଟିମ୍‌ ଇଣ୍ଡିଆ: ନ୍ୟୁଜିଲାଣ୍ଡର ଦବ୍‌ଦବା ଜାରି

ପୁଣେ,୨୫।୧୦: ଭାରତ-ନ୍ୟୁଜିଲାଣ୍ଡ ପୁଣେ ଟେଷ୍ଟରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ବେଳକୁ ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଥିଲା। ଦ୍ୱିତୀୟ...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri