Categories: ଖେଳ

ଡେଥ୍‌ ଓଭରରେ ସଠିକ୍‌ ୟର୍କର ପକାଇ କରିଥିଲେ ଆକର୍ଷଣ

ଜରିଆରେ ନୂଆଦିଲ୍ଲୀ,୮ା୭ : ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ଅର୍ଶଦୀପ ସିଂ। ଏପରିକି ଡେଥ୍‌ ଓଭରରେ ଚମତ୍କାର ବୋଲିଂ ସହିତ ସଠିକ୍‌ ୟର୍କର ଜରିଆରେ ସମସ୍ତଙ୍କୁ ସେ ପ୍ରଭାବିତ କରିଥିଲେ। ଏପରି କି ଦକ୍ଷିଣ ଆଫ୍ରିକା ଏବଂ ଆର଼୍ୟାଲାଣ୍ଡ ବିପକ୍ଷ ସିରିଜ୍‌ରେ ବସିବା ପରେ ଅର୍ଶଦୀପଙ୍କୁ ମିଳିଛି ପଦାର୍ପଣର ସୁଯୋଗ। ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ଅର୍ଶଦୀପ ଡେବ୍ୟୁ କରିଛନ୍ତି। ସାଉଥାମ୍ପଟନରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ଅଧିନାୟକ ରୋହିତ ଶର୍ମାଙ୍କଠାରୁ ଡେବ୍ୟୁ କ୍ୟାପ୍‌ ନେଇଛନ୍ତି ଅର୍ଶଦୀପ। ଏଥିସହ ଭାରତର ୯୯ନମ୍ବର ଟି-୨୦ ଖେଳାଳି ହେବାରେ ସଫଳତା ଅର୍ଜନ କରିଛନ୍ତି ଅର୍ଶଦୀପ।

Share