Categories: ଖେଳ

ଡେଥ୍‌ ଓଭର ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରୁଥିଲା ଟିମ୍‌ ଇଣ୍ଡିଆ:ରୋହିତ

ଆଡିଲେଡ୍‌,୨ା୧୧: ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ହିରୋ ପାଲଟିଛନ୍ତି ଅର୍ଶଦୀପ ସିଂ। ବିଶେଷକରି ଡେଥ୍‌ ଓଭରରେ ତାଙ୍କ ପ୍ରଭାବଶାଳୀ ବୋଲିଂ ଲାଗି ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କର ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଡେଥ୍‌ ବୋଲିଂ ପାଇଁ ଭାରତ ଅର୍ଶଦୀପ ସିଂଙ୍କୁ ପ୍ରସ୍ତୁତ କରୁଥିଲା ବୋଲି ସେ କହିଛନ୍ତି।

ବାଂଲାଦେଶ ବିପକ୍ଷ ମ୍ୟାଚର ଅନ୍ତିମ ଓଭରରେ ଜିତିବା ଲାଗି ୨୦ ରନ୍‌ ଆବଶ୍ୟକ ଥିଲା। ଭାରତ ନିକଟରେ ଅର୍ଶଦୀପ ଓ ମହମ୍ମଦ ଶାମିଙ୍କ ବିକଳ୍ପ ଥିଲା। ରୋହିତ ୨୩ ବର୍ଷୀୟ ଅର୍ଶଦୀପଙ୍କ ଉପରେ ଭରସା ଦେଖାଇଥିବା ବେଳେ ଭାରତ ଏହି ମ୍ୟାଚକୁ ୫ ରନରେ ଜିତି ନେଇଥିଲା। ବୁମ୍‌ରାଙ୍କ ଅନୁପସ୍ଥିତିରେ ଡେଥ୍‌ ବୋଲିଂ ଦାୟିତ୍ୱ ନେବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଥିଲା। ତେବେ ଜଣେ ଯୁବ ଖେଳାଳି ଭାବରେ ଅର୍ଶଦୀପ ନିଜ ଦାୟିତ୍ୱ ସଠିକ୍‌ ଢଙ୍ଗରେ ନିର୍ବାହ କରିଛନ୍ତି। ବିଗତ ୮-୯ ମାସ ଧରି ଏହି ଦାୟିତ୍ୱ ପାଇଁ ଅର୍ଶଦୀପଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି ରୋହିତ କହିଥିଲେ। ଏହି ମ୍ୟାଚରେ ମୁଁ ଏକା ସମୟରେ ଶାନ୍ତ ଓ ନର୍ଭସ ମଧ୍ୟ ରହୁଥିଲି। ବର୍ଷା ବାଧାପ୍ରାପ୍ତ ମ୍ୟାଚର ଫଳାଫଳ କାହା ସପକ୍ଷରେ ଯାଇପାରେ ମାତ୍ର ଶେଷରେ ଭାରତ ଜିତିବା ଆମ ପାଇଁ ଖୁସିର କଥା ବୋଲି ସେ କହିଛନ୍ତି।

Share