Categories: ଖେଳ

ଅର୍ଶଦୀପ-ବୁମ୍‌ରାଙ୍କ ଘାତକ ବୋଲିଂ: ଭାଙ୍ଗିଗଲା ୧୭ ବର୍ଷ ପୁରୁଣା ରେକର୍ଡ

ନୂଆଦିଲ୍ଲୀ,୨୮।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଗତ ଟି-୨୦ ବିଶ୍ୱକପର ସେମିଫାଇନାଲ ପାଇଁ ଇଂଲଣ୍ଡରୁ ପ୍ରତିଶୋଧ ନେଇଛି। ଭାରତୀୟ ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ଏହି ମ୍ୟାଚରେ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ। ଏହା ସହ ଜସପ୍ରୀତ ବୁମ୍‌ରା ଗୋଟିଏ ଉଇକେଟ୍‌ ନେଇ ଆରପି ସିଂ ଏବଂ ରବିଚନ୍ଦ୍ରନ ଅଶ୍ୱିନ ରେକର୍ଡକୁ ପଛରେ ପକାଇଛନ୍ତି। ଏହି ବିଶେଷ ରେକର୍ଡରେ ଅର୍ଶଦୀପ ସିଂ ଶୀର୍ଷରେ ଅଛନ୍ତି। ଏହି ରେକର୍ଡ ହେଉଛି ଟି-୨୦ ବିଶ୍ୱକପରେ ଭାରତ ପକ୍ଷରୁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ରେକର୍ଡ।
ଅର୍ଶଦୀପ ସିଂ ବର୍ତ୍ତମାନ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇ ରେକର୍ଡ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ ୨୦୨୪ର ସୁପର -୮ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଉଇକେଟ ନେଇ ଅର୍ଶଦୀପ ସିଂ ଏହି ସଫଳତା ହାସଲ କରିଛନ୍ତି। ଏହା ପରେ ଜସପ୍ରୀତ ବୁମ୍‌ରା ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଆରପି ସିଂ ତୃତୀୟ ସ୍ଥାନରେ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଚତୁର୍ଥ ସ୍ଥାନରେ ଅଛନ୍ତି।

ଅର୍ଶଦୀପ ସିଂ
ଟି -୨୦ ବିଶ୍ୱକପ ୨୦୨୪ ରେ ଅର୍ଶଦୀପ ସିଂ ଫାଇନାଲ ମ୍ୟାଚ ପୂର୍ବରୁ ୭ଟି ମ୍ୟାଚ ଖେଳିଛନ୍ତି। ଏହି ୭ଟି ମ୍ୟାଚରେ ୧୫ ଉଇକେଟ ନେଇଛନ୍ତି।
ଜସପ୍ରୀତ ବୁମ୍‌ରା
ଟି -୨୦ ବିଶ୍ୱକପ ୨୦୨୪ରେ ଜସପ୍ରୀତ ବୁମ୍‌ରା ମଧ୍ୟ ଫାଇନାଲ ମ୍ୟାଚ ପୂର୍ବରୁ ୭ଟି ମ୍ୟାଚ ଖେଳିଛନ୍ତି। ଏହି ୭ଟି ମ୍ୟାଚରେ ସେ ଉଇକେଟ ନେଇଛନ୍ତି।
ଆରପି ସିଂ
ଆରପି ସିଂ ଟି-୨୦ ବିଶ୍ୱକପ ୨୦୦୭ରେ ୭ଟି ମ୍ୟାଚ ଖେଳିଥିଲେ। ଏଥିରେ ସେ ୧୨ ଉଇକେଟ ନେବାରେ ସଫଳ ହୋଇଥିଲେ।
ରବିଚନ୍ଦ୍ରନ ଅଶ୍ୱିନ
ରବିଚନ୍ଦ୍ରନ ଅଶ୍ୱିନ ଟି-୨୦ ବିଶ୍ୱକପ ୨୦୧୪ରେ ୬ଟି ମ୍ୟାଚ ଖେଳିଥିଲେ। ଏହି ୬ଟି ମ୍ୟାଚରେ ସେ ୧୧ ଉଇକେଟ ନେଇଥିଲେ।

Share