Categories: ଖେଳ

ସୁଧୁରୁନି ଅର୍ଶଦୀପଙ୍କ ବୋଲିଂ: ପୁଣି ନିଜ ନାମରେ କଲେ ଲଜ୍ଜାଜନକ ରେକର୍ଡ

ରାଞ୍ଚି,୨୮।୧: ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ ବାମ ହାତୀ ଯୁବ ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ହେଲେ ଏବେ ତାଙ୍କ ପାଇଁ ‘ନୋ ବଲ୍‌’ ବଡ ସମସ୍ୟା ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ପ୍ରଥମ ଟି୨୦ ମୁକାବିଲାରେ ଅର୍ଶଦୀପ ୯ ନୋ ବଲ୍‌ ପକାଇଥିଲେ। ଏହାପରେ ଲଗାତାର ୩ ଛକା ଏବଂ ୧ ଚୌକା ଦେଇ ଦଳକୁ ଅଡୁଆରେ ପକାଇଥିଲେ। ଇନିଂସର ୨୦ ଓଭରରେ ଅର୍ଶଦୀପ ୨୦ ରନ୍‌ ଦେଇଥିଲେ। ଫଳରେ ବିରୋଧୀ ଟିମ୍‌ ୧୭୬ରନ୍‌ର ଟାର୍ଗେଟ ଛିଡ଼ା କରିଥିଲା।

ଏହି ଲଜ୍ଜାଜନକ ବୋଲିଂ ସହ ଅର୍ଶଦୀପ ଅନ୍ତର୍ଜାତୀୟ ଟି୨୦ରେ ଗୋଟିଏ ଓଭରରେ ଏକରୁ ଅଧିକ ଥର ୨୫ ଅଥବା ଅଧିକ ରନ୍‌ ଦେଇଥିବା ପ୍ରଥମ ଭାରତୀୟ ବୋଲର୍‌ ପାଲଟିଛନ୍ତି। ତାଙ୍କ ପୂର୍ବରୁ ଶିବମ ଦୁବେ, ଷ୍ଟୁଅର୍ଟ ବିନ୍ନି, ଶାର୍ଦ୍ଦୁଳ ଠାକୁର, ଯୁବରାଜ ସିଂହ ଏବଂ ସୁରେଶ ରାଇନା ପ୍ରମୁଖ କ୍ୟାରିୟରରେ ଥରେ ଲେଖାଏ ଏଭଳି ରନ୍‌ ଦେଇଥିଲେ। ଏହାଛଡ଼ା ଅର୍ଶଦୀପ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଟି୨୦ର ଗୋଟିଏ ଓଭରରେ ସର୍ବାଧିକ ରନ୍‌(୨୭) ଦେବା ମାମଲାରେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

Share