Categories: ଖେଳ

ଟିମ୍‌ ଇଣ୍ଡିଆ ଚିନ୍ତା ବଢ଼ିଲା; ଯନ୍ତ୍ରଣା ଯୋଗୁ ବାଦ୍‌ ପଡ଼ିଲେ ଅର୍ଶଦୀପ

ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍‌ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍‌ ଲାଗି ଭାରତୀୟ ଟିମ୍‌ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇଛି। ଟି୨୦ ବିଶ୍ୱକପ୍‌ ପୂର୍ବରୁ ଏହା ଦଳ ଲାଗି ଶେଷ ଟି୨୦ ମ୍ୟାଚ୍‌ ହୋଇଥିବା ବେଳେ ଜଣେ ଖେଳାଳିଙ୍କ ଲାଗି ଚିନ୍ତା ବଢ଼ିଛି। ଦ୍ରୁତ ବୋଲର ଅର୍ଶଦୀପ ସିଂହ ଅଣ୍ଟାରେ ଯନ୍ତ୍ରଣା ହେତୁ ବାଦ୍‌ ପଡ଼ିଛନ୍ତି। ଏଥିଲାଗି ତାଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବ୍ୟତିତ ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଖେଳାଳିଙ୍କ ସ୍ଥାନରେ ଶ୍ରେୟାସ ଆୟର, ମହମ୍ମଦ ସିରାଜ ଏବଂ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି। ପୂର୍ବରୁ ଆହତ ହୋଇ ଜସପ୍ରିତ ବୁମ୍‌ରା ବାଦ୍‌ ପଡ଼ିଥିବା ବେଳେ ଏବେ ଅର୍ଶଦୀପ ଆହତ ହେବାକୁ ନେଇ କ୍ରିକେଟ ପ୍ରଶଂସକ ଚିନ୍ତା ପ୍ରକଟ କରୁଛନ୍ତି।

Share