କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି ଚାମ୍ପିୟନଶିପ୍ ମ୍ୟାଚଗୁଡ଼ିକ ଜୁନ୍ ଓ ଜୁଲାଇରେ ଚାଲିବ। ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍ଙ୍କ ପରାମର୍ଶ କ୍ରମେ ଅର୍ଶଦୀପ କାଉଣ୍ଟି କ୍ରିକେଟ ଖେଳିବାକୁ ଯାଉଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଅର୍ଶଦୀପ ଗତ ନଭେମ୍ବରରେ ନ୍ୟୁଜିଲାଣ୍ଡରେ ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଇତିମଧ୍ୟରେ ସେ ଭାରତ ପାଇଁ ୨୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଲେଣି। ଏବେ କେଣ୍ଟ ତରଫରୁ ଖେଳିବାରେ ସେ ଚତୁର୍ଥ ଭାରତୀୟ ହେବାକୁ ଯାଉଛନ୍ତି। ପୂର୍ବରୁ ଖେଳିଥିଲେ କନଓ୍ବର ସମଶେର ସିଂ, ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍ ଥିବା ରାହୁଲ ଡ୍ରାଭିଡ୍ ଏବଂ ୨୦୨୨ରେ ନବଦୀପ ସଇନି।