Categories: ଖେଳ

ଭାରତର ଜବରଦସ୍ତ ବିଜୟ

ଥିରୁଭାନନ୍ତପୁରମ,୨୮।୯: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ୧୦୭ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତ ମାତ୍ର ୨ ଉଇକେଟ୍ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା। ଭାରତ ପକ୍ଷରୁ କେ.ଏଲ୍ ରାହୁଲ ୫୬ ବଲରୁ ୫୧ ଏବଂ ୩୩ ବଲରୁ ୫୦ ରନ୍ କରି ଭାରତକୁ ମ୍ଯାଚ ଜିତାଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍‌ ହରାଇ ୧୦୬ ରନ୍‌ ସଂଗ୍ରହ କରିଥିଲା। ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୯ ରନ୍‌ରେ ୫ଟି ଉକେଟ୍‌ ହରାଇଥିଲା। କିନ୍ତୁ କେଶବ ମହାରାଜା ଏବଂ ଓ୍ବେନ୍‌ ପାର୍ନେଲ ଦଳକୁ ଏହି ବିପର୍ଯ୍ୟୟରୁ ରକ୍ଷା କରିଥିଲେ। ମହାରାଜା ୪୧ ଏବଂ ପାର୍ନେଲ ୨୪ ରନ୍‌ କରିଥିଲେ। ଏଡେନ ମାରକ୍ରମ ୨୫ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ସ୍କୋର କରି ପାରି ନ ଥିଲେ।
ଅଧିତ୍ନାୟକ ଟେମ୍ବା ବାଭୁମା ପ୍ରଥମ ଓଭରରେ ଦୀପକ ଚହରଙ୍କ ଶିକାର ହୋଇଥିଲେ। ଦ୍ୱିତୀୟ ଓଭରରେ ଦକ୍ଷିଣ ଆଫ୍ରିକାକୁ ଆଉ ତିନିଟି ଝଟକା ଲାଗିଥିଲା। ଦୀପକ ଚହର ପରେ ଅର୍ଶଦୀପ ସିଂ ଚମତ୍କାର ବୋଲିଂ କରିଥିଲେ। ଦ୍ୱିତୀୟ ଓଭରର ପ୍ରଥମ ବଲରେ ଅର୍ଶଦୀପ କ୍ୱିଣ୍ଟନ ଡି କକ, ପଞ୍ଚମ ବଲରେ ରିଲେ ରୁସୋ ଏବଂ ଶେଷ ବଲରେ ଡେଭିଡ ମିଲରଙ୍କୁ ଆଉଟ୍‌ କରିଥିଲେ। ଏହି ସମୟରେ ଦଳର ସ୍କୋର ମାତ୍ର ୮ ରନ୍‌ରେ ୪ଟି ଉଇକେଟ୍‌ ହରାଇଥିଲା। ତୃତୀୟ ଓଭରରେ ଦକ୍ଷିଣ ଆଫ୍ରିକା ପଞ୍ଚମ ଝଟକା ଦେଇଥିଲେ। ଦୀପକ ଚହର ପୁଣି ଥରେ ଟ୍ରାଇଷ୍ଟ ଷ୍ଟବ୍ସଙ୍କୁ ଆଉଟ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ଚାରିଜଣ ଖେଳାଳି ଖାତା ମଧ୍ୟ ଖୋଲିପାରି ନ ଥିଲେ। ମାତ୍ର ୯ ରନ୍‌ରେ ଦକ୍ଷିଣ ଆଫ୍ରିକା ୫ ଉଇକେଟ୍‌ ହରାଇଥିଲା।

Share