କ’ଣ ଦୁବାଇରେ କରିବେ ନିର୍ବନ୍ଧ? ଅର୍ଶୀ କହିଲେ…

ବମ୍ବେ: ଦେଶ ନୁହେଁ ବିଦେଶରେ ନିର୍ବନ୍ଧ କରିବାକୁ ମନ। ଏଥିପାଇଁ ଦୁବାଇକୁ ବାଛିଛନ୍ତି ବିଗ୍‌ ବସ୍‌ ଫେମ୍‌ ଅର୍ଶୀ ଖାଁ। କିଛି ଏଭଳି ଚର୍ଚ୍ଚା କିଛି ଦିନ ହେବ ଲାଗି ରହିଥିଲା। ହେଲେ ଏବେ କଥାକୁ ଖଣ୍ଡନ କରିଛନ୍ତି ନିଜେ ଅର୍ଶୀ। ନିର୍ବନ୍ଧ ପାଇଁ ନୁହେଁ ବରଂ ଛୁଟି କଟାଇବାକୁ ସେ ଦୁବାଇ ଯାଇଥିବା କହିଛନ୍ତି।

ଗୋଟିଏ ପରେ ଗୋଟିଏ ଫିଲ୍ମ, ଓ୍ବେବ୍‌ ସିରିଜ୍‌ ଏବଂ ମ୍ୟୁଜିକ୍‌ ଭିଡିଓର ଶୁଟିଂ କରୁଥିଲେ ସେ। ଏଣୁ ଅନେକ ବର୍ଷ ଧରି ବାହାରକୁ ଛୁଟି କାଟିବାକୁ ଯାଇ ପାରୁ ନ ଥିଲେ। ଚଳିତ ବର୍ଷ ରମଜାନ ମାସରେ ସେ ଦୁବାଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ସେ ନିର୍ବନ୍ଧ କରିବାକୁ ଯାଇଥିବା ବିଷୟରେ ଚର୍ଚ୍ଚା ହେବା ତାଙ୍କୁ ଆଶ୍ଚର୍ଯ୍ୟ କରିଥିବା ଅର୍ଶୀ କହିଛନ୍ତି।

Share