ମୁମ୍ବାଇ: ବିବାହ କରିବେ ବିଗ୍ ବସ୍ ଫେମ ଅର୍ଶୀ ଖାଁ। ପ୍ରେମିକଙ୍କ ହାତ ଧରିବେ ବୋଲି ନିକଟରେ ଆର୍ଶୀ ଏକ ସାକ୍ଷାତକାରରେ କହିଛନ୍ତି। ହେଲେ ସେ କେବେ ଏବଂ କାହାକୁ ବିବାହ କରିବେ ତାହାକୁ ଗୋପନୀୟ ରଖିଛନ୍ତି। ପୂର୍ବରୁ ଅର୍ଶୀ ଈଶାନ ମସୀହଙ୍କୁ ଡେଟ୍ କରୁଥିଲେ। ଆସନ୍ତା ବର୍ଷ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ହେଲେ ନିଜ ଜୀବନକୁ ନେଇ କୌଣସି ଚର୍ଚ୍ଚା ହେଉ ବୋଲି ଆର୍ଶୀ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।