ଇସଲାମାବାଦ,୮ା୩: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ପଞ୍ଜାବରେ ପ୍ରାଦେଶିକ ନିର୍ବାଚନ ପାଇଁ ଏପ୍ରିଲ ୩୦ରେ ଭୋଟ୍ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ୍-ଇ-ଇନ୍ସାଫ (ପିଟିଆଇ)ବୁଧବାରଠାରୁ ନିର୍ବଚେନ ପ୍ରଚାର ଆରମ୍ଭ କରିବାକୁ ଐତିହାସିକ ରାଲି ଘୋଷଣା କରିଛି। ଏହି ସମୟରେ ଲାହୋରରେ ଧାରା ୧୪୪ ଲାଗୁ କରାଯାଇଛି।
ଇମ୍ରାନ ଏକ ବୋମା ଏବଂ ବୁଲେଟ୍ପ୍ରୁଫ ଗାଡିରେ ଏହି ରାଲିର ନେତୃତ୍ୱ ନେବେ। ନିର୍ବାଚନ ରାଲି ପ୍ରାଦେଶିକ ରାଜଧାନୀର ଜମାନ ପାର୍କରେ ଥିବା ଇମ୍ରାନଙ୍କ ବାସଭବନରୁ ଆରମ୍ଭ ହୋଇ ଡାଟା ଦାରବାରରେ ଶେଷ ହେବ। ତେବେ, ପିଟିଆଇ ରାଲି ପୂର୍ବରୁ ଲାହୋରରେ ୧୪୪ ଧାରା ଜାରି କରାଯାଇଛି।
ସୂଚନାଯୋଗ୍ୟ,ରାଷ୍ଟ୍ରପତି ଆରିଫ୍ ଅଲଭି ଗତ ସପ୍ତାହରେ ନିର୍ବାଚନ ଘୋଷଣା କରିଥିଲେ। ବାସ୍ତବରେ ଦେଶର ସର୍ବୋଚ୍ଚ ନିର୍ବାଚନ ସଂସ୍ଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମ୍ଭାବ୍ୟ ମତଦାନ ତାରିଖ ପରାମର୍ଶ ଦେଇ ତାଙ୍କୁ ଏକ ଚିଠି ଲେଖିଥିଲେ