Categories: ଜାତୀୟ

‘କଶ୍ମୀର ଏବେ କାହାର ନିର୍ଦ୍ଦେଶରେ ବନ୍ଧା ନୁହେଁ’, ଆର୍ଟିକଲ ୩୭୦ ହଟିବାର ୪ ବର୍ଷପୂର୍ତ୍ତି ଅବସରରେ ଏଲଜି ସିହ୍ନା କହିଲେ ରାଜ୍ୟରେ କେତେ ହୋଇଛି ବିକାଶ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରୁ ଆର୍ଟିକଲ ୩୭୦ ବା ଅନୁଚ୍ଛେଦ ୩୭୦ ହଟିବାକୁ ୪ ବର୍ଷ ପୂରଣ ହୋଇଛି। ଏହି ଅବସରରେ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ମନୋଜ ସିହ୍ନା ଶୁକ୍ରବାର କହିଛନ୍ତି ସଡ଼କରେ ହେଉଥିବା ହିଂସାରେ ହ୍ରାସ ହୋଇଛି, ଆତଙ୍କବାଦୀଙ୍କ ପକ୍ଷରୁ ଦିଆଯାଉଥିବା ବନ୍ଦ ଡାକରାର କୌଣସି ପ୍ରଭାବ ନାହିଁ, ସ୍କୁଲ ଓ କଲେଜ ସାରା ବର୍ଷ କାମ କରୁଛି, ପରିଯୋଜନା ସମୟରେ ଶେଷ ହେଉଛି।

ଇଣ୍ଡିଆନ ଏକ୍ସପ୍ରେସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ସବୁଠାରୁ ବଡ କଥା ହେଉଛି ବର୍ତ୍ତମାନ ସାଧାରଣ କାଶ୍ମୀର କାହାର ଆଦେଶରେ ବା ନିର୍ଦ୍ଦେଶରେ ବନ୍ଧା ନୁହେଁ। ଏକ ସମୟ ଥିଲା ଯେତେବେଳେ ଲୋକମାନେ ସୂର୍ଯ୍ୟାସ୍ତ ପୂର୍ବରୁ ନିଜ ଘରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ ଏବଂ ବର୍ତ୍ତମାନ ଶ୍ରୀନଗର ସହରରେ ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହିଥାଆନ୍ତି।

Share