Posted inଜାତୀୟ

୩୭୦ ଆଉ କେବେ ଫେରିବ ନାହିଁ : ଶାହା

ଜମ୍ମୁ,୭ା୯: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବେ ଏକ ଇତିହାସ ପାଲଟିଯାଇଛି, ଯାହା ଆଉ କେବେ ଫେରିବ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଇସ୍ତାହାର ଜାରି ଅବସରରେ ଶାହା କହିଛନ୍ତି, ୩୭୦ ଯୋଗୁ ଏଠାରେ ସଂରକ୍ଷଣ ବ୍ୟବସ୍ଥା ସମ୍ଭବ ନ ଥିଲା। ମହିଳା, ଦଳିତ, ଓବିସି ଏବଂ ଆଦିବାସୀମାନେ ନିଜ ଅଧିକାରରୁ ବଞ୍ଚତ୍ତ ହୋଇଥିଲେ। ଭାଜପାର ମୋଦି ସରକାର ୩୭୦କୁ ହଟାଇ ସେମାନଙ୍କୁ ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ରର ମୋଦି ସରକାର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ। ଏହା ପୂର୍ବରୁ ୨୦୧୪ରେ ଜମ୍ମୁ-କଶ୍ମୀରରେ ଶେଷ ଥର ପାଇଁ ବିଧାନସଭା ଭୋଟ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ କଶ୍ମୀରବାସୀ ନିଜ ରାଜନୈତିକ ମତାଧିକାର ସାବ୍ୟସ୍ତ କରି କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଢ଼ିବାକୁ ଯାଉଛନ୍ତି। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ କରାଯିବ। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏବଂ କଂଗ୍ରେସ ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏନ୍‌ସି ନିଜ ଘୋଷଣାପତ୍ରରେ ୩୭୦ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ୪୬ ତମ ପ୍ରତିଷ୍ଠା ଦିବସ ଘରେ ଘରେ ପତାକା କାର୍ଯ୍ୟକ୍ରମ ଶୁଭାରମ୍ଭ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ): ଭାଜପା ର ୪୬ ତମ ପ୍ରତିଷ୍ଠା ଦିବସ ରବିବାର ଓ ସୋମବାର ଦୁଇଦିନ ପାଳିତ ହେବ। ଏହି ଅବସରରେ ସମସ୍ତଙ୍କ ଘରେ ପତାକା...

Ram Navami: ରାମନବମୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦି, ‘ସଶକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତର ସଂକଳ୍ପକୁ…

ନୂଆଦିଲ୍ଲୀ,୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶବାସୀଙ୍କୁ ‘ରାମ ନବମୀ’ର ଶୁଭେଚ୍ଛା ଜଣାଇ ଦେଶବାସୀଙ୍କ ଜୀବନରେ ନୂତନ ଉତ୍ସାହ ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି...

‘ସେ ଗୋଟିଏ ପାଗଳ’…ବଡ଼ ଆନ୍ଦୋଳନ, ଟ୍ରମ୍ପଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ

ନୂଆଦିଲ୍ଲୀ,୬।୪: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ପ୍ରମୁଖ ଉପଦେଷ୍ଟା ତଥା ବିଲିୟନେୟାର ଏଲନ ମସ୍କଙ୍କ ବିରୋଧରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।...

ମା’ ତାରାତାରିଣୀଙ୍କ ଦର୍ଶନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ଛତ୍ରପୁର/ପୁରୁଷୋତ୍ତମପୁର,୬।୪(ସନ୍ତୋଷ ପାଢ଼ୀ/ସିମାଞ୍ଚଳ ମିଶ୍ର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରକୁ ଆସି ମାଙ୍କ...

ଉଠିଲା ବେଳକୁ ଅଗଣାରେ ଭାଲୁ, ପରେ ଯୁବକଙ୍କୁ ଯାହା କଲା…

ପାଟଣା,୬।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସ୍ବାମ ପୁରୁଣା ମୁଣ୍ଡା ସାହିକୁ ରବିବାର ସକାଳୁ ଏକ ବଣୁଆ ଭାଲୁ ପଶି ଆସିଥିଲା। ପରେ...

ଟ୍ରମ୍ପଙ୍କ ଟାରିଫ୍‌, ମୋଦିଙ୍କ Make in Indiaକୁ ଜୋରଦାର୍‌ ଝଟ୍‌କା!

ନୂଆଦିଲ୍ଲୀ,୬।୪:ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଶ୍ୱର ଅନେକ ଦେଶ ଉପରେ ପାରସ୍ପରିକ ଶୁଳ୍କ ଘୋଷଣା କରିଛନ୍ତି। ଯାହା ପରେ ସାରା...

Waqf Amendment Bill 2025: ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ଆଇନରେ ପରିଣତ ହେଲା ଓ୍ବକଫ୍‌ ସଂଶୋଧିତ ବିଲ୍‌

ନୂଆଦିଲ୍ଲୀ,୬।୪: ଆଇନ୍‌ରେ ପରିଣତ ହୋଇଛି ଓ୍ବକଫ୍‌ ସଂଶୋଧିତ ବିଲ୍‌। ସଂସଦର ଉଭୟ ଗୃହରେ ବିଲ୍‌ଟି ପାସ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ...

ଅନୁଗୋଳରେ ଏନକାଉଣ୍ଟର, କୁଖ୍ୟାତ ଅପରାଧି କ୍ଷୀରୋଦ ନାୟକ ଗୁରୁତର 

ଅନୁଗୋଳ ଅଫିସ,୬।୪(ମାନସ ବିଶ୍ୱାଳ): ଅନୁଗୋଳ ଟାଉନ ଥାନା ଅନ୍ତର୍ଗତ କୁରୁଡ଼ୋଲ ହନୁମାନ ବାଟିକା ନିକଟ ଆମ୍ବ ବଗିଚା ଠାରେ ଶନିବାର ବିଳମ୍ବତ ରାତିରେ ଏନକାଉଣ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image