Categories: ଜାତୀୟ

ଧାରା ୩୭୦ ହଟିବା ଉପରେ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୭: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏହି ଶୁଣାଣି କରିବେ। କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ୨୦ରୁ ଅଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ମାର୍ଚ୍ଚ ୨୦୨୦ରେ ତିନି ବର୍ଷ ଏବଂ ତିନି ମାସ ପୂର୍ବରୁ ସେଗୁଡିକ ଶୁଣିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ତା’ପରେ, କିଛି ଆବେଦନକାରୀଙ୍କ ଦାବି ସତ୍ତ୍ୱେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଏହି ଆବେଦନଗୁଡ଼ିକୁ ସାତଜଣିଆ ବିଚାରପତି ସମ୍ବିଧାନ ବେଞ୍ଚକୁ ନ ପଠାଇବାକୁ ନିଷ୍ପତ୍ତି ନେଇଥିଲେ।

 

Share