‘ସମ୍ବିଧାନର ୮ମ ଅନୁଚ୍ଛେଦରେ ମୁଣ୍ଡାରୀ ଭାଷା ସାମିଲ ହେଉ’

ଭୁବନେଶ୍ୱର, ୧୧।୧୦(ଅସମାପିକା ସାହୁ): ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କୁ ସୁପାରିସ ନିମନ୍ତେ ଏହି ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଆର୍‌. ବାଲକ୍ରିଷ୍ଣନ୍‌ଙ୍କ ସହିତ ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ରାଜ୍ୟ ସରକାର ଏ ବାବଦରେ ଖୁବ୍‌ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ବାଲ୍‌କ୍ରିଷ୍ଣନ୍‌ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଭାରତ ମୁଣ୍ଡା ସମାଜର ସଭାପତି ରବୀନ୍ଦ୍ରନାଥ ସିଂ, ମୁଣ୍ଡାରୀ ସମାଜ ସାୱାଁର ଜାମଡ଼ା, ବିର୍ସାମୁଣ୍ଡା ମେମୋରିଆଲ କଲ୍‌ଚର ଫାଉଣ୍ଡେଶନର ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସିଂ, ନନ୍ଦଲାଲ ସିଂ, ଶିବପ୍ରସାଦ ସିଂ, ସନ୍ତୋଷ କୁମାର ସିଂ, ରାଜେନ୍ଦ୍ରନାଥ ସିଂ, ଶବରନ୍‌ ସିଂ, ଡ. ମହେନ୍ଦ୍ର ସିଂ, ବଳରାମ ସିଂ, ରୋହିଆ ସିଂ, ଅରୁଣ ସିଂ, ଜେନାପ୍ରସାଦ ସିଂ, ତପନ ସିଂ, ଭାରତୀ ସିଂ ଏବଂ ମଞ୍ଜୁଲତା ସିଂଙ୍କ ସମେତ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ମୁଣ୍ଡା ସମାଜର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Share