ବନ୍ଦ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ: ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ବ୍ୟାଙ୍କ କଲୋନୀ ରଘୁନାଥ ଯୋତିଙ୍କ ବନ୍ଦ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଏହି ଚୋରି ହୋଇଥିବା ଜଣାପଡିଛି । ଏନେଇ ରଘୁନାଥ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତ କରିଛନ୍ତି । ୧୨ ଭରି ସୁନା,୪୦ ଭରି ରୂପା ଅଳଙ୍କାର ଓ ନଗଦ ୭୨ ହଜାର ଟଙ୍କା ଚୋରି ହୋଇଥିବା ରଘୁନାଥ ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି ଶନିବାର ରଘୁନାଥ ଘରର ତାଲା ପକାଇ ପରିବାର ସହ ତାଙ୍କ ଶଶୁର ଘରକୁ ଯାଇଥିଲେ । ଏହାର ସୁଯୋଗ ନେଇ କୈାଣସି ଦୁର୍ବୁତ୍ତ ଘରର ତାଲା କାଡି ଭିତରେ ରୁମରେ ଥିବା ଆଲମେରା ତାଲା ଖୋଲି ଚୋରି କରି ଫେରାର ହୋଇଛନ୍ତି । ରବିବାର ସକାଳୁ ରଘୁନାଥ ଘରକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଘଟଣାକୁ ନେଇ ସେ ତୁରନ୍ତ ଛତ୍ରପୁର ଥାନାରେ ଏତଲା ଦେଇଥିଲେ ।

ଏତଲାକୁ ଭିତି କରି ପୋଲିସ ପହଂଚି ସିସିଟିଭି ଯାଞ୍ଚ କରିଥିଲା ପରେ ସାଇଣ୍ଟିଫିକ ଟିମ୍ ପହଂଚି ତଦନ୍ତକୁ ଜୋରଦାର କରିଥିଲେ ବି ଦୁର୍ବୁତ୍ତଙ୍କ ଟେର ପାଇପାରିନାହିଁ । ସେହିପରି ସରଭୀମପୁର ଗ୍ରାମର ସନାତନ ସେଠୀଙ୍କ ଘରୁ ମଧ୍ୟ ଶୁକ୍ରବାର ବିଳମ୍ବିତ ରାତ୍ର ବଡ ଧରଣର ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଦୁଇ ଦୁଇଟା ବଡ ଚୋରି ଘଟଣାକୁ ପୁଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।