ଏଠାକାର କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ…କଳାକୃତୀ ହିଁ ସୁନ୍ଦର। ତେବେ ସ୍ଥଳ ବିଶେଷରେ ବିଭିନ୍ନ ସ୍ଥାନର କଳାକୃତୀ ଭିନ୍ନ ଭିନ୍ନ ହୋଇଥାଏ। ଆଉ ସେହି କଳାକୃତୀଗୁଡିକ ସେହି ସ୍ଥାନର ପରିଚୟ ବି ବହନ କରିଥାଏ। ଏହି କ୍ରମରେ ଦେଖିଲେ ଓଡ଼ିଶାର କଳାକୃତିରେ ସ୍ବତନ୍ତ୍ରତା ବାରି ହୋଇପଡ଼େ। ଏଠାକାର କଳା କାରିଗରମାନେ କାଠପଥରଠାରୁ ଆରମ୍ଭ କରି ମାଟି ଗୋବର ପର୍ଯ୍ୟନ୍ତ ସବୁ ଜିନିଷରେ ନିଜର କଳାକୃତୀ ଦେଖାଇଥାନ୍ତି। ଏଇ କଳାକୃତୀ ଭିତରେ ଆସେ ଲାଉରେ ତିଆରି କଳାକୃତୀ। ଯାହା ଦେଖିବାକୁ ଯେମିତି ସୁନ୍ଦର, ସେମିତି ମନଛୁଅଁା ହୋଇଥାଏ। କଞ୍ଚା ଲାଉରେ ସାଧାରଣତଃ ସ୍ବାଦିଷ୍ଟ ତରକାରୀ ଓ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ଶୁଖିଲା ଲାଉ କିନ୍ତୁ ସାଧାରଣରେ ବେଶି କାମରେ ଆସେନା। ହେଲେ ଏହି ସୁଖିଲା ଲାଉକୁ ନେଇ କାରିଗରମାନେ ଏବେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଳାକୃତୀ। ଯାହା ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ଆଗରୁ ଏହି ସୁଖିଲା ଲାଉ ଖୋଳକୁ ଗାଁଗହଳିରେ କେହି କେହି କେନ୍ଦରା ବାଦ୍ୟଯନ୍ତ୍ର ତିଆରି ପାଇଁ ବ୍ୟବହାର କରୁଥିଲେ। ତାସହ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଅଧିକାଂଶ ମହିଳା ଲାଉତୁମ୍ବାକୁ ପାତ୍ର ରୂପେ ବ୍ୟବହାର କରୁଥିଲେ। ସମୟକ୍ରମେ ଏହା ଲୋପ ପାଇବାକୁ ଲାଗିଲା। ମାତ୍ର ଏବେ ଏହାକୁ ନେଇ କରାଯାଉଛି ବିଭିନ୍ନ କଳାକୃତି l ଏଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ ଘରସଜ୍ଜା ସାମଗ୍ରୀ ବି ପ୍ରସ୍ତୁତ ରହିଛି। ତାସହ ମହିଳାମାନଙ୍କ ଅଳଙ୍କାର, ଆଦିବାସୀ ମାନଙ୍କର ଯାଉ ରଖିବା ପାତ୍ର, ଘର ସାଜସଜ୍ଜା ସାମଗ୍ରୀ ଇତ୍ୟାଦି ବି ତିଆରି କରାଯାଉଛି। ଏହା ହାଇଜିନିକ ଏବଂ ଏକ ପ୍ରାକୃତିକ ଦ୍ରବ୍ୟରୁ ନିର୍ମିତ ବୋଲି ଲୋକେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି। ହେଲେ ଏହାର ବଜାରୀକରଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ତେବେ ହିମାଂଶୁ ଶେଖର ପାଣ୍ଡିଆନ କହନ୍ତି, ରାଜ୍ୟ, ଦେଶ ବିଦେଶ ଓ ୱେବ ସାଇଟ୍ରୁ ଏବେ ଅନେକ ଅର୍ଡର ଆସୁଛି। ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ ଲୋକେ ଜାଣିପାରନ୍ତି ନାହିଁ l
ପୂର୍ବରୁ ଲାଉରେ ଘରେ ରୋଷେଇ କରିବା ଜାଣିଥିଲୁ। ହେଲେ ଏତେ କାରୁକାର୍ଯ୍ୟ ଚିତ୍ର କଳା ହେବ ଜାଣି ନଥିଲୁ। ରାୟଗଡ଼ାର ବଡ଼ କୁସୁପାଡ଼ିର ପ୍ରତିମା ମଣ୍ଡାଙ୍ଗି କୁହନ୍ତି, ‘ତାଲିମ ନେବା ପରେ ନିଜେ ସ୍ବାବଲମ୍ବୀ ହେବା ସହ ଏପରି ହସ୍ତଶିଳ୍ପ କଳା କାରିଗରିରେ ଖୁସି ଅଛୁ।’ ସେହିପରି ଜଣେ ଲାଉ ବିକାଳି ସିଲଟିଗୁଡା ଗ୍ରାମର ହେମା କର କରିଆ କହିଛନ୍ତି, ପୂର୍ବରୁ ଆମେ ଲାଉକୁ ଶୁଖିଯାଇଛି କହି ଫୋପାଡ଼ି ଦେଉଥିଲୁ। ମାତ୍ର ଆଜିକାଲି ଟ୍ରେନିଂ ଯାଇ ଲାଉର ବିଭିନ୍ନ ଉପକାରିତା ଥିବା ଜାଣି ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକ୍ରି କରି କିଛି ଟଙ୍କା ମଧ୍ୟ ପାଉଛୁ। ଶୁଖିଲା ଲାଉଖୋଳରୁ ଯେ ସୁନ୍ଦର ସୁନ୍ଦର କଳାକୃତି ତିଆରି ହୋଇପାରୁଛି, ଏହା ଆମ କଳା କାରିଗରିରେ ଆଉ ଏକ ନିଆରା ପରିଚୟ ସୃଷ୍ଟି କରିଛି।
– ଭାଗ୍ୟଶ୍ରୀ ମିଶ୍ର